Odiapua.com

ସାପ କାମୁଡ଼ାରେ ମା ଓ ଝିଅଙ୍କ ମୃତ୍ୟୁ

ନବରଙ୍ଗପୁର ୨୧-୬ (ଓଡ଼ିଆ ପୁଅ) : ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ କାନାରିଚୁଆ ଗାଁରେ ରାତିରେ ଶୋଇଥିବା ବେଳେ ମା ଓ ଝିଅଙ୍କୁ ସାପ କାମୁଡ଼ିଦେବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ସୂଚନାମତେ, ସାପ କାମୁଡ଼ିବା ଜଣାପଡ଼ିବାରୁ ମା ଓ ଝିଅ ଦ୍ୱୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି।