Odiapua.com

ବର୍ବର କାଣ୍ଡ; ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ଗାଁ’ ଦାଣ୍ଡରେ ମାଡ଼: ଦେଖନ୍ତୁ ଭିଡିଓ ..

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଈ ଅନ୍ତର୍ଗତ ହରିଡ଼ାମଡ଼ା ସାହି ଗାଁ” ଦାଣ୍ଡରେ ଜଣେ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ଼ ମରାଯାଉଛି। ମହିଳା ଜଣଙ୍କୁ ମାଡ଼ ମାରୁଥିବା ଲୋକ ତାଙ୍କ ସ୍ୱାମୀ ପ୍ରସନ୍ନ ବିଧାର ଏବଂ ସାଙ୍ଗରେ ଦିଅର ମଧ୍ୟ ଅଛନ୍ତି। ନିକଟରେ ମହିଳା ଜଣଙ୍କର ଭାଇ ମାଡ଼ ଖାଇ ତଳେ ପଡ଼ିଛନ୍ତି। ମହିଳା ଜଣଙ୍କୁ ଅର୍ଦ୍ଧ ଉଲଗ୍ନ କରି ଘୋଷାଡ଼ି ଘୋଷାଡ଼ି ପିଟୁଛନ୍ତି ସ୍ୱାମୀ ଆଉ ଦିଅର। ଏପରି ଏକ ବର୍ବର କାଣ୍ଡ ଭିଡିଓଟିକୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା କେଶରୀୟା ହିନ୍ଦୁ ପରିଷଦ ମହିଳା ବାହିନୀ ରାଜ୍ୟ ଅଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକ ଟ୍ୱିଟ୍ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଡିସିପି ଭୁବନେଶ୍ୱର, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଏବଂ ମୋ’ ସରକାର ୫- ଟି’କୁ ଟ୍ୟାଗ୍ କରି ମହିଳାଙ୍କ ପ୍ରତି ନ୍ୟାୟ ଏବଂ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
-/Dr