Odiapua.com

କାଳବୈଶାଖୀ ବେଳେ ବଜ୍ରାଘାତରେ ଜଣେ ମହିଳା ଓ ଗାଈଗୋରୁ ମୃତ

ବ୍ରହ୍ମପୁର: ୯/୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଦିଗପହଣ୍ଡି ଥାନା ଅନ୍ତର୍ଗତ ଖମ୍ବାରି ଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମରେ ଶନିବାରଦିନ ଅପରାହ୍ନ ୩ ଘଣ୍ଟା ସମୟରେ ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଶଙ୍କରଖାଳି ଗ୍ରାମର ସୁଷମା ନାଇକ (ଜଟି) ୩୫ ବୋଲି ଜଣାପଡିଛି। ଖବର ପ୍ରକାରେ, ମୃତ ମହିଳା ଜଣଙ୍କ ପରିଶ୍ରା କରିବା ପାଇଁ ନିଜ ବାରିପଟେ ଯାଇଥିଲେ। ହଠାତ୍ ପ୍ରବଳ ବର୍ଷା ସଙ୍ଗେ ଘଡଘଡି ଓ ବିଜୁଳି ମାରିଥିଲା। ବଜ୍ରପାତର ତିବ୍ରତା ଏତେ ଥିଲା ଯେ, ମହିଳାଙ୍କ ଶରୀର ଜଳି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରୁ ଗ୍ରାମବାସୀମାନଙ୍କ ଦ୍ଵାରା ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଉପସ୍ଥିତିରେ ମହିଳା ଜଣଙ୍କୁ ମୃତ ଘୋଷିତ କରାଯାଇଥିଲା। ବ୍ରଜପାତରେ ପାତ୍ରପୁର ପଦା ଦିଗି , ବଗି ନଦୀ ନିକଟ ବିଲରେ ୧୨ ଟି ଗାଈ ଓ ବଳଦଙ୍କ ମଧ୍ୟ ମୃତ୍ୟୁ ଘଟିଛି।