Odiapua.com

ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷା; ଭାରତର ମୋଟ ପରୀକ୍ଷା ସଂଖ୍ୟା ୩.୯ କୋଟିରେ ପହଞ୍ଚିଲା

– ଦେଶ ପାଇଁ ଆଉ ଏକ ସଫଳତା – ଆରୋଗ୍ୟ ସଂଖ୍ୟା ୨୫ ଲକ୍ଷ ଟପିଲା
– ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୧୮ ଲକ୍ଷ ଅଧିକ

ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାକୁ ଆଧାରକରି ଅଧିକ ପରୀକ୍ଷା ଯୋଗୁଁ ଶୀଘ୍ର ରୋଗ ନିରୂପଣ ସମ୍ଭବ ହୋଇଛି। ରୋଗ ଶୀଘ୍ର ନିରୂପିତ ହେଉଥିବାରୁ ସଂକ୍ରମିତ ରୋଗୀଙ୍କୁ ଅଲଗା କରାଯାଇ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ଏହାଫଳରେ ତୁରନ୍ତ ଆରୋଗ୍ୟ ହେବା ସହ ମୃତ୍ୟୁ ହାର ହ୍ରାସ ପାଇଛି। ଏସବୁ ଦୃଷ୍ଟିରୁ ଦେଖିଲେ ଦେଶର ମୋଟ ନମୁନା ପରୀକ୍ଷା ସଂଖ୍ୟା ଆଜି ପାଖାପାଖି ୩.୯ କୋଟିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯, ୨୪, ୯୯୮ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା ୩, ୮୫, ୭୬, ୫୧୦ରେ ପହଞ୍ଚିଛି।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ଆଜି ୨୫ ଲକ୍ଷରେ ପହଞ୍ଚିଛି। କୋଭିଡ ପରିଚାଳନା ପାଇଁ ଉପଯୁକ୍ତ ରଣନୀତି ଓ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମନ୍ଵିତ ପଦକ୍ଷେପ ଯୋଗୁଁ ମୋଟ ୨୫, ୨୩, ୭୭୧ ଜଣ ସୁସ୍ଥ ହେବା ସମ୍ଭବପର ହୋଇପାରିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୬, ୦୧୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଆଜିସୁଦ୍ଧା ଦେଶରେ ସୁସ୍ଥତା ହାର ୭୬.୨୪ ପ୍ରତିଶତ ରହିଛି।

ଦେଶରେ ସକ୍ରିୟ କରୋନା ମାମଲା ୭, ୨୫, ୯୯୧ ଥିବା ବେଳେ ପାଖାପାଖି ୧୮ ଲକ୍ଷ (୧୭, ୯୭, ୭୮୦) ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଅଧିକରୁ ଅଧିକ ରୋଗୀ କ୍ରମାଗତ ଭାବେ ଆରୋଗ୍ୟ ଲାଭ କରୁଥିବାବେଳେ ମୋଟ ସଂକ୍ରମିତଙ୍କ ଶତକତା ୨୧.୯୩ ରୋଗୀ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାନୁଯାୟୀ ହସ୍ପିଟାଲ ଓ ଆଇସିୟୁରେ ଦକ୍ଷ ଚିକିତ୍ସକ, ଉତ୍ତମ ଆମ୍ବୁଲାନ୍ସ ସେବା ଓ ଅନୁସନ୍ଧାନମୂଳକ ଥେରାପି ଯୋଗୁଁ ଜାତୀୟ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଏହି ସଂଖ୍ୟା ୧.୮୩ ପ୍ରତିଶତରେ ପହଞ୍ଚିଛି। ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଜାତୀୟ ହାର ତୁଳନାରେ ମଧ୍ୟ ଅଧିକ ରହିଛି।

ସଂକ୍ରମଣ ନିରୂପଣ ନିମନ୍ତେ ପରୀକ୍ଷାଗାରଗୁଡିକର କ୍ରମାଗତ ବୃଦ୍ଧି ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି। ୯୯୩ ସରକାରୀ ଓ ୫୫୭ ଘରୋଇ ଏହିପରି ମୋଟ ୧୫୫୦ଟି ପରୀକ୍ଷାଗାରରେ ନମୁନା ପରିକ୍ଷଣ କରାଯାଉଛି।

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid୧୯@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov୨୦୧୯@gov.in and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ।