Odiapua.com

ଭଦ୍ରକରେ ମନମୋହନଙ୍କ ପାଇଁ ଥମୁନି ଶୁଭେଚ୍ଛାର ସୁଅ ..

ଭୁବନେଶ୍ୱର/ଭଦ୍ରକ: ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଓଡ଼ିଶା ବିଜେପିର ନୂତନ ରାଜ୍ୟ ସଭାପତି ହେବା ପରେ ତାଙ୍କ ଗୃହ ଜିଲ୍ଲା ଭଦ୍ରକରେ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ବରିଷ୍ଠ ଠାରୁ କନିଷ୍ଠ ଯାଏଁ ନେତାନେତ୍ରୀ, କାର୍ଯ୍ୟକର୍ତ୍ତା ତାଙ୍କ ପ୍ରିୟ ନେତା ମନମୋହନ ସାମଲଙ୍କୁ ଭେଟି ଶୁଭେଚ୍ଛା ଏବଂ ଶୁଭ କାମନା ଜଣାଉଛନ୍ତି। ଏମିତିରେ କେବଳ ଯେ ଭଦ୍ରକ ଜିଲ୍ଲାରେ ନୁହେଁ, ମନମୋହନ ସାମଲ ସଭାପତି ଘୋଷଣା ହେବା ପରେ ସାରା ଓଡ଼ିଶାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା ମାନେ ଭଦ୍ରକ ଯାଇ ମନମୋହନଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି। ଆସନ୍ତା କାଲି ରବିବାର ଦିନ ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନବ ନିଯୁକ୍ତ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମ ରହିଛି।
-/DevDr