Odiapua.com

ମୋଦୀ ସରକାର ବେରୋଜଗାରୀଙ୍କୁ ମାସିକ ୩୮୦୦ଟଙ୍କା ଭତ୍ତା ଦେବେ କି?

ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ସାହାଣୀ) କରୋନା ମହାମାରୀ ହେତୁ ଦେଶ ପ୍ରାୟ ୬ ମାସ ବନ୍ଦ ରହିଥିଲା । ଲକଡାଉନ ସମୟରେ ଅନେକ ଲୋକ ଚାକିରୀ ହରାଇଲେ, ତା’ପରେ ଅନେକ ଲୋକଙ୍କ ରୋଜଗାର ବନ୍ଦ ହୋଇଗଲା। ବର୍ତ୍ତମାନ ଅନଲକ୍ ସମୟରେ ଧୀରେ ଧୀରେ ଅର୍ଥନୈତିକ ସ୍ଥିତି ଟ୍ରାକକୁ ଫେରୁଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଖବର ଶୀଘ୍ର ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ଦାବି କରାଯାଇଛି ଯେ ବେରୋଜଗାରୀଙ୍କୁ ବଡ ରିଲିଫ(ଭତ୍ତା) ଦେବାକୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ପ୍ରସ୍ତୁତ ହେଉଛନ୍ତି। ଭାଇରାଲ ଖବରରେ ଦାବି କରାଯାଇଛି ଯେ ମୋଦୀ ସରକାର ସମସ୍ତ ବେକାରଙ୍କୁ ୩୮୦୦ ଟଙ୍କା ପର୍ଯ୍ୟନ୍ତ ବେକାରୀ ଭତ୍ତା ଦେବେ।

ତେବେ ଏହି ଖବର ଭାଇରାଲ ହେବା ପରେ ଏହାର ଯାଞ୍ଚ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଖବର ସମ୍ପୂର୍ଣ୍ଣ ନକଲି। ସରକାରଙ୍କର ଏପରି କୌଣସି ଯୋଜନା ନାହିଁ।

ଭାଇରାଲ୍ ଖବର କଣ…

ଭାଇରାଲ ନ୍ୟୁଜରେ ମୋଦୀଙ୍କ ଛବି ଥିଲାବେଳେ ଏବଂ ଏଥିରେ ସରକାରୀ ବିଜ୍ଞାପନର ରୂପ ଦେବାକୁ ଚେଷ୍ଟା କରାଯାଇଛି। ଭାଇରାଲ ପୋଷ୍ଟରେ ଏକ ସ୍ଲୋଗାନ ମଧ୍ୟ ଦିଆଯାଇଛି। ଯେଉଁଥିରେ ଲେଖା ଅଛି, ସରକାର ଏକ-ଲାଭ ଅନେକ । ୨୦୨୧ବର୍ଷ ପାଇଁ ବେକାରୀ ଭତ୍ତା। ଏହି ପୋଷ୍ଟରରେ ଯୋଜନାର ଲାଭ ଉଠାଇବାକୁ ଲୋକଙ୍କୁ ଶୀଘ୍ର ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି।

ଏଥିପାଇଁ ବୟସ ସୀମା ମଧ୍ୟ ଉଲ୍ଲେଖ କରାଯାଇଥିଲା। ଭାଇରାଲ ବାର୍ତ୍ତା(ମେସେଜ) ରେ କୁହାଯାଇଛି ଯେ ୧୮ ରୁ ୨୫ ବର୍ଷ ଯାଏଁ ବେକାରୀଙ୍କୁ ୧୫୦୦ ଟଙ୍କା, ୨୬ ରୁ ୩୦ ବର୍ଷ ବେକାରୀଙ୍କୁ ୨ ହଜାର, ୩୧ ରୁ ୩୫ ବର୍ଷ ବେକାରୀଙ୍କୁ ୩ ହଜାର, ୩୬ ରୁ ୪୫ ବର୍ଷ ଯାଏଁ ବେକାରୀଙ୍କୁ ୩୫୦୦ ଏବଂ ୪୬ ରୁ ୫୦ ବର୍ଷ ଯାଏଁ ବେକାରୀଙ୍କୁ ୩୮୦୦ ଟଙ୍କା ବେକାରୀ ଭତ୍ତା ସରକାର ପ୍ରଦାନ କରିବେ ।

ଏହି ଭାଇରାଲ୍ ଖବରକୁ ଅନୁସନ୍ଧାନ କରି PIB ଫ୍ୟାକ୍ଟ ଚେକ ଟିମ ଜାଣିବାକୁ ପାଇଥିଲେ ଯେ ଏହି ମେସେଜରେ ଦାବି କରାଯାଉଥିବା କେନ୍ଦ୍ର ସରକାର ବେରୋଜଗାରଙ୍କୁ ମାସକୁ ୩୮୦୦ ପର୍ଯ୍ୟନ୍ତ ବେକାରୀ ଭତ୍ତା ମେସେଜ ମିଥ୍ୟା(ଫେକ) ଅଟେ । ଅନୁସନ୍ଧାନରେ ପରେ ତାହା PIB ଟିମ୍ ଟୁଇଟ୍ କରି ଲୋକଙ୍କୁ ଜଣାଇଛି ଯେ ଏହି ଦାବି ମିଥ୍ୟା ଅଟେ । କେନ୍ଦ୍ର ସରକାର ଏଭଳି କୌଣସି ଘୋଷଣା କରିନାହାଁନ୍ତି…।