Odiapua.com

ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଅଜୀତ ଜୈନ କିଏ? ବଫେଟଙ୍କର ୫୦୦ ବିଲିୟନ୍ ଡଲାର କମ୍ପାନୀର ଉତ୍ତରାଧିକାରୀ ହେବେ ଅଜୀତ ଜୈନ!

ଆମେରିକା ୫-୫ (ଓଡ଼ିଆ ପୁଅ) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଅଜୀତ ଜୈନ ଜଣେ ପୂର୍ବତନ McKinsey କାର୍ଯ୍ୟବାହୀ କର୍ମଚାରୀ। ସେ ୧୯୮୬ ରେ ବର୍କଶାୟର ହୈଥୱେରେ ସାମିଲ ହୋଇଥିଲେ ଏବଂ ବର୍ତ୍ତମାନ ୫୦୦ ବିଲିୟନ (୩୫ ଲକ୍ଷ କୋଟି ଟଙ୍କାର) କମ୍ପାନୀର ବୀମା ପ୍ରଭାଗର ପ୍ରମୁଖ ଅଟନ୍ତି। ୬୭ ବର୍ଷୀୟ ଆଇଆଇଟି ଖଡ଼ଗପୁରରୁ ବିଟେକ ଏବଂ ହାବାର୍ଡରୁ ଏମବିଏ କରିଛନ୍ତି। ବର୍କଶାୟରର ୮୮ ବର୍ଷୀୟ ସିଇଓ ୱାରେନ ବଫେଟ କିଛିଦିନ ପୂର୍ବରୁ କହିଥିଲେ କି ଜୈନଙ୍କୁ ଗତ ବର୍ଷ ବୋର୍ଡକୁ ପଦୋନ୍ନତି ଦିଆଯାଇଛି, ସେ ନିକଟ ଭବିଷ୍ୟତରେ ଶେୟାରଧାରକମାନଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ତାଙ୍କ ସହିତ ରହିବେ।

ବର୍କଶାୟର ହୈଥୱେରେ ୱାରେନ୍ ବଫେଟଙ୍କର ସ୍ଥାନ ନେବା ପାଇଁ ଚାରି ଜଣ ସମ୍ଭାବିତ କ୍ୟାଣ୍ଡିଡେଟ୍ସଙ୍କ ମଧ୍ୟରୁ ଦୁଇଜଣ ପ୍ରମୁଖ ଦାବିଦାର ଗ୍ରେଗରୀ ଏବେଲ (୫୭) ଏବଂ ଅଜିତ ଜୈନ (୬୭) ଅଟନ୍ତି। ଯାହାଙ୍କୁ ଗତ ବର୍ଷ ବୋର୍ଡ ଅଫ ଡାଇରେକ୍ଟର୍ସଭାବେ ପ୍ରମୋଟ କରାଯାଇଥିଲା। ଏମାନଙ୍କ ବିଶେଷତ୍ତ୍ୱ କି ଏମାନଙ୍କ ଦମ ଉପରେ ୱାରେନ୍ ବଫେଟ କାରୋବାରକୁ ବଢ଼ାଇଛନ୍ତି।

ସୂଚନାଯୋଗ୍ୟଯେ, ପ୍ରତିଷ୍ଠିତ ନିବେଶକ ଏବଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ସାମିଲ ଅଟନ୍ତି ୱାରେନ୍ ବଫେଟ। ତାଙ୍କର ନିବେଶ କମ୍ପାନୀ ବର୍କଶାୟର ହୈଥୱେରେ ତାଙ୍କର ଉତ୍ତରାଧିକାରୀଙ୍କର ଘୋଷଣା ହୋଇପାରେ। ଭାରତୀୟ ମୂଲକର ଅଜିତ ଜୈନ (୬୭) ଙ୍କର ନାମ ପ୍ରବଳ ଦାବିଦାରଙ୍କ ମଧ୍ୟରେ ସାମିଲ ଅଛି।

ବର୍କଶାୟର ହୈଥୱେ ବାର୍ଷିକ ଶେୟାର ହୋଲ୍ଡର ବୈଠକ ଆଜି ହେବାକୁ ୟାଉଛି ଏବଂ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଏହା କି ପ୍ରତିଷ୍ଠିତ ନିବେଶକ ଏବଂ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ସାମିଲ ୮୮ ବର୍ଷୀୟ ୱାରେନ୍ ବଫେଟ ଦ୍ଵାରା ଠିଆ ହୋଇଥିବା ସାମ୍ରାଜ୍ୟର ଉତ୍ତରାଧିକାରୀ କିଏ ହେବେ? ଏହି ରେସରେ ସାମିଲ ଲୋକମାନଙ୍କ ମଧ୍ୟରେ ଭାରତୀୟ ମୂଲକର ଏବଂ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଅଜିତ ଜୈନଙ୍କର ନାମ ମଧ୍ୟ ସାମିଲ ଅଟେ ଏବଂ ସେ ସିଇଓ ପଦ ପାଇଁ ପ୍ରବଳ ଦାବିଦାର ଗଣାହେଉଛନ୍ତି।

ଏବେଲ କମ୍ପାନୀକୁ ୧୯୯୨ ରେ ଏନର୍ଜି ଡିବିଜନରେ ପ୍ରବେଶ କରାଇଥିଲେ, ଏବଂ ଜୈନ କମ୍ପାନୀକୁ ୧୯୮୬ ରେ ଆସି ଇନ୍ସ୍ୟୁରାନ୍ସ ଡିଭିଜନ ଆରମ୍ଭ କରିଥିଲେ, ଯାହାର ସେ ବର୍ତ୍ତମାନ ନେତୃତ୍ଵ କରୁଛନ୍ତି।

ଅଜିତ ଜୈନଙ୍କ ବିଷୟରେ

ଅଜିତ ଜୈନ (ଜନ୍ମ ୨୩ ଜୁଲାଇ ୧୯୫୧, ଓଡ଼ିଶାରେ) ପେଶାରେ ଜଣଏ ବ୍ୟାପାରୀ ଅଟନ୍ତି। ଅଜିତ ଜୈନ ପିଲାଦିନ ଓଡ଼ିଶାରେ ବିତିଛି। ସେ ୧୯୭୨ ରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅପ୍ ଟେକ୍ନୋଲୋଜୀ ଖଡ଼ଗପୁର IIT ଖଡ଼ଗପୁରରେ ଇଞ୍ଜିନିୟରିଙ୍ଗରେ ସ୍ନାତକ ଉପାଧି ପ୍ରାପ୍ତ କରିଥିଲେ। ତାଙ୍କର ସହପାଠୀ ରୋନୋଜୟ ଦତ୍ତାଙ୍କ ଅନୁସାରେ, ସେ ନିଜର ପଢ଼ାଇକୁ ସେତେ ଗମ୍ଭୀରତାରେ ନେଉ ନ ଥିଲେ। ପାଠପଢ଼ା ବ୍ୟତୀତ ସେ ରାତି ରାତି ଝଣ୍ଟାଘଣ୍ଟା ଧରି ଅର୍ଥଶାସ୍ତ୍ର, ସମାଜଶାସ୍ତ୍ର ଏବଂ ଭିଏତନାମ ଯୁଦ୍ଧ ଉପରେ ତର୍କ କରୁଥିଲେ। ଏକ ଅନ୍ୟ ସହପାଠୀ ବିଜୟ ତ୍ରେହନ ଜୈନ ଏବଂ ଦତ୍ତାଙ୍କୁ “ମୈକେନିକାଲ ଇଞ୍ଜିନିୟରିଂର ଜୋକର” କହିଥିଲେ। କିନ୍ତୁ ତାଙ୍କର ପରେ କ୍ୟାରିୟରକୁ ଦେଖି ତ୍ରେହନ କହିଥିଲେ, ଏଥିରୁ ପ୍ରମାଣିତ ହେଲାକି ‘ଜୀବନକୁ ବହୁତ ଅଧିକ ଗମ୍ଭୀରତାରେ ନେବା ଉଚିତ୍ ନୁହେଁ”। ଏହା ହିଁ ନିଶ୍ଚିତ ଭାବରେ ତାଙ୍କୁ ଆଗକୁ ବଢିବାପାଇଁ ରାସ୍ତା ପ୍ରସ୍ତୁତ କରିଥିଲା।”

ଜୈନ ଭାରତରେ ୧୯୭୩ ରୁ ୧୯୭୬ ପର୍ଯ୍ୟନ୍ତ IBM ପାଇଁ କାମ କରିଥିଲେ, ତା’ ପରେ ସେ ସଂଯୁକ୍ତ ରାଷ୍ଟ୍ର ଆମେରିକାର ହାର୍ବାର୍ଡ ବିଜନେସ ସ୍କୁଲରେ ୧୯୭୮ ରେ MBA କରିଥିଲେ। ସେ McKinsey ଆଣ୍ଡ କମ୍ପାନୀରେ କାମ କଲେ, କିନ୍ତୁ ୧୯୮୦ ଦଶକର ପ୍ରାରମ୍ଭରେ ଭାରତ ଫେରି ଆସିଥିଲେ। ପ୍ରାୟତଃ ଏକ ମାସର ପ୍ରେମ ସମ୍ବନ୍ଧ ପରେ, ସେ ନିଜର ମାତା-ପିତାଙ୍କ ଦ୍ଵାରା ସ୍ଥିର କରାଯାଇଥିବା ଝିଅ ସହିତ ବିବାହ କରିଥିଲେ। ତା’ ପରେ ସେ McKinsey ପାଇଁ କାମ କରିବାକୁ ସଂଯୁକ୍ତ ରାଷ୍ଟ୍ର ଆମେରିକା ଚାଲିଯାଇଥିଲେ। ୧୯୮୬ ରେ ସେ McKinsey ଛାଡ଼ି ବଫେଟଙ୍କ ପାଇଁ ବୀମାର କାମ କରିବାରେ ଲାଗିଲେ। ତାଙ୍କ ଅନୁସାର ସେହି ସମୟରେ ସେ ବୀମା କାରବାର ବିଷୟରେ ବିଶେଷ କିଛି ଜାଣି ନଥିଲେ।