Odiapua.com

ସମ୍ବୋଧନ କରିବେ: ୪ଟାରେ ନବୀନ, ୬ଟାରେ ମୋଦି

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ସେହିପରି ସନ୍ଧ୍ୟା ୬ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ବୋଲି ନିଜେ ମୋଦି ଟ୍ୱିଟ୍ କରି ଜଣାଇଛନ୍ତି। ତେବେ ଉଭୟ ନେତା କେଉଁ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ତାହା ଜଣାପଡ଼ି ନାହିଁ।
/- ଦେବଦତ୍ତ ରଥ