Odiapua.com

ସ୍ୱାମୀକୁ ମାରି ରୋଷେଇଘରେ ପୋତି ଦେଇଥିଲା ପତ୍ନୀ – ମାସେ ପର୍ଯ୍ୟନ୍ତ ସ୍ୱାମୀ ଉପରେ ରୋଷେଇ କଲା, ତା’ ପରେ …

ଅନୂପପୁର ୨୨-୧୧ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଅନୂପପୁର ଜିଲ୍ଲାର ଘଟଣା। ପାରିବାରିକ ବିବାଦ ପରେ ଗୋଟିଏ ଆଶ୍ଟର୍ଯ୍ୟ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମହିଳା ପାରିବାରିକ କଲହରୁ ନିଜର ସ୍ୱାମୀକୁ ହତ୍ୟା କରିଦେଲା ଏବଂ କିଚେନରେ ପୋତି ଦେଇଥିଲା। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପତ୍ନୀ ଯେଉଁ ଜାଗାରେ ପତିକୁ ପୋତିଥିଲା, ସେହି ଜାଗାରେ ସେହି ମହିଳା ମାସେ ପର୍ଯ୍ୟନ୍ତ ରୋଷେଇ ମଧ୍ୟ କରିଥିଲା। ଅବଶ୍ୟ ଏହି ହତ୍ୟାକାଣ୍ଡର ଖୁଲାସା ହେବା ପରେ ପୋଲିସ ମହିଳାକୁ ଗିରଫ କରିଛି। ଖବର ଅନୁଯାୟୀ, ସ୍ଥାନୀୟ ସୂତ୍ରରୁ ଏବଂ ପୁଲିସରୁ ମିଳିଥିବା ସୂଚନା ମୁତାବକ ଏହି ମାମଲା ମଧ୍ୟ ପ୍ରଦେଶର ଅନୂପପୁର ଜିଲ୍ଲାର କରୋନ୍ଦୀ ଗ୍ରାମର ଅଟେ। ଏଠାରେ ୩୨ ବର୍ଷର ଜଣେ ମହିଳା ପ୍ରମିଲିଳା ନିଜର ଓକିଲ ପତି ମହେଶ ବୈନେୱାଲଙ୍କର ହତ୍ୟା କରିଦେଇଥିଲା ଏବଂ ଲାସ୍ କୁ କିଚେନରେ ପୋତି ଦେଇଥିଲା।

ନିଖୋଜ ରିପୋର୍ଟ ଲେଖାଇଥିଲା ପତ୍ନୀ –

ଆରୋପୀ ପତ୍ନୀ ଯେଉଁ ଜାଗାରେ ସ୍ୱାମୀଙ୍କୁ ପୋତିଥିଲା ସେହି ଯାଗାରେ ରେଷେଇ ରାନ୍ଧୁଥିଲା। ହତ୍ୟାପରେ ମହିଳା ସ୍ଥାନୀୟ ପୁଲିସ ଥାନାରେ ୨୨ ଅକ୍ଟୋବରଦିନ ସ୍ୱାମୀ ନିଖୋଜ ହେବାର ରିପୋର୍ଟ ଲେଖାଇଥିଲା। ପୁଲିସ ମଧ୍ୟ ଏହି ମାମଲାରେ ଜାଞ୍ଚ କରୁଥିଲା। କିନ୍ତୁ ବଡ଼ ଭାଇକୁ ସନ୍ଦେହ ହେବାରୁ ପ୍ରାୟ ଏକ ମାହ ପରେ ମୃତକ ମହେଶ ବୈନେୱାଲର ବଡ଼ ଭାଇ ପୁଲିସକୁ ତାଙ୍କର ସନ୍ଦେହ ପ୍ରକାଶ କରି କହିଥିଲେଯେ, ତା’ର ଛୋଟ ଭାଇର ଘରେ ହିଁ ସଂଦିଗ୍ଧ କାରଣ ଥାଇପାରେ ବୋଲି। ଅନେକ ଥର ଛୋଟ ଭାଇର ଘରକୁ ଯିବା ସମୟରେ ତା’ର ପତ୍ନୀ ପ୍ରତ୍ୟେକ ଥର ଘର ଭିତରକୁ ଯିବାକୁ ରୋକି ଦେଉଥିଲା ଏବଂ ବାଟ ଓଘାଳୁଥିଲା। ଏହି କଥାକୁ ନେଇକରି ବଡ଼ ଭାଇକୁ ସନ୍ଦେହ ହୋଇଥିଲା।

 

ଅମରକଣ୍ଟକ ଥାନାର ଏସଏଚଓ ଭାନୂ ପ୍ରତାପ ସିଂହଙ୍କ ମୁତାବକ ବଡ଼ ଭାଇଠାରୁ ମିଳିଥିବା ସୂଚନା ଆଧାରରେ ଏକ ଟିମ ମୃତକର ଘରେ ପହଁଚିଥିଲେ। ତାଙ୍କୁ ମଧ୍ୟ କିଛି ଦୁର୍ଗନ୍ଧର ଆଭାସ ହୋଇଥିଲା। ଯେତେବେଳେ କିଚନରେ ପହଁଞ୍ଚିଥିଲେ ସେତେବେଳେ ଦୁର୍ଗନ୍ଧ ଅଧିକ ହୋଇଯାଇଥିଲା। ଯେତେବେଳେ କିଚନରେ ଦୁର୍ଗନ୍ଧ ଯାଗାକୁ ଖୋଳାଗଲା, ପରେ ସେଠାରୁ ମହେଶଙ୍କର ଶବ ମିଳିଥିଲା। ଏହା ପରେ ପ୍ରମିଳା ପୁଲିସକୁ କହିଲା କି ତା’ର ପତି ମହେଶର ବଡ଼ ଭାଇ ଗଙ୍ଗାରାମର ପତ୍ନୀ ସହିତ ଅବୈଧ ସମ୍ବନ୍ଧ ଥିଲା, ସେଥିପାଇଁ ଗଂଗାରାମ ଏବଂ ମୁଁ ମିଶିକରି ନିଜର ପତିର ହତ୍ୟା କରିବା ପାଇଁ ପ୍ଲାନ ବନାଇଥିଲେ।

 

ମହିଳାଙ୍କର ଏ କଥା ଶୁଣି ପୋଲିସର ହୋସ୍ ଉଡ଼ିଯାଇଥିଲା। ଅପରପଟେ ବଡ଼ ଭାଇ ଗଙ୍ଗାରାମ ବିରୋଧ କରି କହିଲା କି ” ଛୋଟ ଭାଇର ପତ୍ନୀ ବହୁତ ଚାଲାକ ଅଛି। ମୁଁ ଏହି ହତ୍ୟାରେ ସାମିଲ ନାହିଁ।” ଏବେ ପୁଲିସ ଏହି ମାମଲାର ଜାଞ୍ଚ କରୁଛି। ସୂଚନାଯୋଗ୍ୟଯେ, ମୃତକ ମହେଶ ଏବଂ ପ୍ରମିଳିଲାଙ୍କର ଚାରୋଟି ଝିଅ ଅଛନ୍ତି।