Odiapua.com

କାହିଁକି ରାଗିଲେ, କାହିଁକି ଗର୍ଜିଲେ ଜୁଏଲ ?

ଭୁବନେଶ୍ବର: ରାଜ୍ୟ ବିଜେପିରେ ଏବେ ସବୁ କିଛି ଠିକ୍ ଚାଲିନି। ଭୟଙ୍କର ଗୋଷ୍ଠୀ ବିବାଦ ଦେଇ ଚାଲିଛି ଓଡ଼ିଶା ବିଜେପି। ଏବେ ନିକଟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶକ୍ତି କେନ୍ଦ୍ର ପ୍ରମୂଖଙ୍କୁ ନେଇ ଆୟୋଜିତ ହୋଇଥିଲା ଏକ ଭର୍ଚୁଆଲ୍ ମିଟିଂ। ତେବେ, ସେ ମିଟିଂରେ କୁଆଡ଼େ ଖୁବ୍ ଗର୍ଜିଥିଲେ ଜୁଏଲ। ୱାର୍ଡ ମେମ୍ବରଟିଏ ହେବାର ଯୋଗ୍ୟତା ନଥିବା ଲୋକ ସବୁ ରାଜ୍ୟ ପଦ ପଦବୀରେ ବସି ରାଜ୍ୟରେ ଦଳଟାକୁ ବର୍ବାଦ କରିଦେଲେଣି କହି କୁଆଡ଼େ ଖୁବ୍ ଉତ୍କ୍ଷିପ୍ତ ହୋଇଥିଲେ ଜୁଏଲ। ସୂଚନା ମୁତାବକ ଜଣେ ରାଜ୍ୟ ମୁଖପାତ୍ରଙ୍କ ଦାୟିତ୍ୱହୀନ କାମ ଯୋଗୁଁ ଜୁଏଲ ଏପରି ଉତ୍କ୍ଷିପ୍ତ ହୋଇଥିଲେ। ଇଏ ସେହି ମୁଖପାତ୍ର ଯିଏ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷଙ୍କ ଗସ୍ତ ସମୟରେ ଅବାନ୍ତର ପ୍ରଶ୍ନ ପଚାରି ବି ଏଲ ସନ୍ତୋଷଙ୍କ ଠାରୁ ଭର୍ତ୍ସନା ଶୁଣିଥିଲେ। ସିଏ ଯାହା ହଉ ଏ’ ଘଟଣାକୁ ଲୁଚାଇ ଦିଆଯାଇଛି। ଆମେ ଆଉ ଆଲୋଚନା କରିବା କାହିଁକି? କିନ୍ତୁ, ଜନତା ମାଗୁଛି ଜବାବ୍!
-/Dev@Dr