।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ।
ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା |।
ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର। ତେବେ, ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ ଅଛି। ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ୍ୟାସ ଦେଲେ। ତାଙ୍କ ନାମ ହେଲା ଗଣେଶ। ଥରେ ମାତା ପାର୍ବତୀ ଗଣେଶଙ୍କୁ ଦ୍ୱାର ମୁହଁରେ ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ କରେଇ ନ’ଦେବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ’ପାରି ବାଟ ଛାଡ଼ିଲେ ନାହିଁ। ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ମହାଦେବ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କର ଶିର ଚ୍ଛେଦନ କଲେ। ପରେ ପାର୍ବତୀଙ୍କ ନିକଟରୁ ଗଣେଶଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ମହାଦେବ ମୁଣ୍ଡ ଖୋଜି ନ’ପାଇ ଉତ୍ତର ଦିଗକୁ ମୁଣ୍ଡକରି ଶୋଇଥିବା କୌଣସି ଶିଶୁର ମୁଣ୍ଡ କାଟି ଆଣିବାକୁ ଦୂତ ପଠାଇଲେ। ତେବେ, ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବା କୌଣସି ଶିଶୁକୁ ନପାଇ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବା ଏକ ହାତୀର ମୁଣ୍ଡକୁ ଦୂତ କାଟି ଆଣିଲେ। ସେହି ହାତୀ ମୁଣ୍ଡକୁ ଗଣେଶଙ୍କ ଗଣ୍ଡିରେ ଯୋଡ଼ି ଜୀବନ୍ୟାସ ଦେଲେ ମହାଦେବ। ତେଣୁ ପୁରାଣରେ ବର୍ଣ୍ଣିତ ଏହି ଘଟଣାକୁ ଆଧାର କରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ବାରଣ କରାଯାଇଥାଏ।
ସେହିପରି ଶାସ୍ତ୍ରରେ ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ ବୋଲି ବିବେଚନା କରାଯାଏ। ତେଣୁ ବିଶ୍ୱାସ କରାଯାଏ ଯେ ଦକ୍ଷିଣ ଦିଗକୁ ପାଦ କରି ଶୋଇବା, ବୟସକୁ ହ୍ରାସ କରି ଦେଇଥାଏ। ସେହିପରି ଦକ୍ଷିଣ ଦିଗକୁ ପାଦ ଏବଂ ଉତ୍ତର ଦିଗକୁ ମୁଣ୍ଡ – ଏହା ହେଉଛି ଏପରି ସ୍ଥିତି ଯେଉଁ ଭଳି ମୃତ ଶରୀର ରଖାଯାଏ। ସ୍ମଶାନରେ ଏହିପରି ସ୍ଥିତରେ ଶବ ରଖାଯାଇ ଶବଦାହ କରାଯାଇଥାଏ। ତେଣୁ, ଏପରି ସ୍ଥିତିରେ ଶୋଇବା ବାରଣ କରାଯାଇ ଥାଏ। ଏହା ବ୍ୟତୀତ ପୂର୍ବ ଦିଗକୁ ପାଦ କରି ଶୋଇବା ମଧ୍ୟ ଉପଯୁକ୍ତ ବିବେଚନା କରାଯାଏ ନାହିଁ। କାରଣ ଏହି ଦିଗଟି ସୂର୍ଯ୍ୟ ଭଗବାନଙ୍କର ଅଟେ ଏବଂ ଏପରି ପରିସ୍ଥିତିରେ ଜୀବନରେ ଅନେକ ପ୍ରକାରର ଦୋଷ ଦେଖିବାକୁ ମିଳେ।
ବୈଜ୍ଞାନିକ କାରଣ –