Odiapua.com

ଜାଣନ୍ତୁ; କାହିଁକି ଏବଂ କିପରି ହୋଇଥାଏ ଭୂମିକମ୍ପ ..

ନୂଆଦିଲ୍ଲୀ: ପୃଥିବୀ ଭିତରେ ୭ଟି ପ୍ଲେଟ୍ ରହିଛି ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ କରୁଥାଏ। ଯେଉଁଠାରେ ଏହି ପ୍ଲେଟ୍ ଗୁଡ଼ିକ ଅଧିକ ଧକ୍କା ହୁଏ, ସେହି ସ୍ଥାନକୁ ଜୋନ୍ ଫଲ୍ଟ୍ ଲାଇନ୍ କୁହାଯାଏ। ବାରମ୍ବାର ଧକ୍କା ହେବା ଫଳରେ ପ୍ଲେଟ୍ ଗୁଡ଼ିକର କୋଣ ମୋଡ଼ି ହୋଇଯାଏ। ଅଧିକ ଚାପ ସୃଷ୍ଟି ହେଲେ ପ୍ଲେଟ୍ ଗୁଡ଼ିକ ଭାଙ୍ଗିଯାଏ। ନିମ୍ନରେ ଥିବା ଶକ୍ତି ବାହାରକୁ ବାହାରିବା ପାଇଁ ବାଟ ଖୋଜିଥାଏ। ଏପରି ବିଶୃଙ୍ଖଳା ପରେ ଭୂମିକମ୍ପ ହୋଇଥାଏ। ଏଗୁଡ଼ିକୁ ଟେକ୍ଟୋନିକ୍ ପ୍ଲେଟ୍ କୁହାଯାଏ। ଭୂକମ୍ପ ଯୋଗୁଁ ଆଗ୍ନେୟଗିରୀ ବିସ୍ଫୋରଣ ହେବାର ସମ୍ଭାବନା ମଧ୍ୟ ରହିଥାଏ। ଏପରି ଫଲ୍ଟ୍ (ତ୍ରୁଟି)କୁ ନେଇ ଅନେକ ସଂଜ୍ଞା ଦିଆଯାଇଛି। ସେଗୁଡ଼ିକ ହେଉଛି ସାଧାରଣ ଫଲ୍ଟ୍, ଥ୍ରଷ୍ଟ୍ ଫଲ୍ଟ୍, ଷ୍ଟ୍ରାଇକ୍- ସ୍ଲିପ୍ ଫଲ୍ଟ୍, ବାମ ପାର୍ଶ୍ୱ ଷ୍ଟ୍ରାଇକ୍- ସ୍ଲିପ୍ ଫଲ୍ଟ୍ ଏବଂ ଡାହାଣ ପାର୍ଶ୍ୱ ଷ୍ଟ୍ରାଇକ୍-ସ୍ଲିପ୍ ଫଲ୍ଟ୍। ଏହାର କାରଣରୁ ପୃଥିବୀରେ କମ୍ପନ ସୃଷ୍ଟି ହୋଇଥାଏ। ପ୍ରଶାନ୍ତ ମହାନଗର ବ୍ୟତୀତ ହିନ୍ଦ୍ ମହାସାଗରର କେତେକ ଅଞ୍ଚଳ ଭୂକମ୍ପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। /-ଦେବଦତ୍ତ ରଥ