Odiapua.com

ଭଲ ଖବର : ୨୦ ବର୍ଷରୁ କମ ବୟସର ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଏହି କାରଣରୁ କମ୍ – “ହୁ” ର ବିବୃତ୍ତି

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ସାରା ବିଶ୍ୱରେ କରୋନାଭାଇରସ୍ ମହାମାରୀର ପ୍ରକୋପ ଏବଂ ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୨ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଲେଣି। ଏଥିସହ ୯ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ “ହୁ” କହିଛିଯେ, ୨୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ମଧ୍ୟରେ କରୋନାଭାଇରସ୍ ହେବାର ଆଶଙ୍କା ଯଥେଷ୍ଟ କମ୍ ଅଟେ।

ଭଲ ପ୍ରତିରୋଧକ ଶକ୍ତି ଏହାର ମୁଖ୍ୟ କାରଣ

WHO କହିଛି ଯେ, ପ୍ରାପ୍ତ ତଥ୍ୟ ଦର୍ଶାଉଛି ଯେ, ୨୦ ବର୍ଷରୁ କମ୍ ବୟସ୍କ ମାନଙ୍କଠାରେ ଭୂତାଣୁ ସଂକ୍ରମଣର ଆଶଙ୍କା କମ୍ ଅଛି। ଏହାର କାରଣ ହେଉଛି ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି। WHO କହିଛି ଯେ, ବିଶ୍ୱରେ ରିପୋର୍ଟ ହୋଇଥିବା କୋଭିଡ -୧୯ ର ସମସ୍ତ ମାମଲା ମଧ୍ୟରୁ ୨୦ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ୧୦% ରୁ କମ୍ ଅଟେ। ଏହି ବୟସର ମାତ୍ର ୦.୨% ପିଲା କରୋନାଭାଇରସରେ ମୃତ୍ୟୁ ବରଣ କରିଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ଏ କ୍ଷେତ୍ରରେ ଅଧିକ ଗବେଷଣା କରାଯାଇ ନାହିଁ, ବୋଲି ସେ କହିଛନ୍ତି।

WHO କହିଛି ଯେ, ପିଲାମାନଙ୍କଠାରେ ମଧ୍ୟ ଏହି ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଛି। କିନ୍ତୁ ତାଙ୍କ ମୃତ୍ୟୁ ସଂଖ୍ୟା ବହୁତ କମ୍, ଯାହା ଏକ ଖୁସି ଖବର। ଉଲ୍ଲେଖନୀୟ ବିଷୟ ହେଉଛି, କରୋନାଭାଇରସର ସର୍ବାଧିକ ପ୍ରଭାବ ବିଶ୍ୱ ବ୍ୟାପୀ ପିଲାମାନଙ୍କ ଉପରେ ପଡିଛି। କାରଣ ପିଲାମାନେ ଏହି ସଙ୍କଟରେ ସ୍କୁଲ ଯିବାକୁ ଅସମର୍ଥ ହେଉଛନ୍ତି। ସେମାନେ ଟିଭି, ଘରେ ଇଣ୍ଟରନେଟ୍ ମାଧ୍ୟମରେ ଅନଲାଇନ୍ ଅଧ୍ୟୟନ କରୁଛନ୍ତି।

ଅପର ପକ୍ଷରେ କୁହାଯାଇପାରେଯେ, ଅଭିଭାବକମାନେ ନିଜନିଜର ସନ୍ତାନ ମାନଙ୍କ ପାଇଁ ଚିନ୍ତାଶୀଳ, ସ୍କୁଲ ଏବେ ସାରା ବିଶ୍ୱରେ ପ୍ରାୟ ବନ୍ଦ ଅଛି। ପିଲାମାନେ ଘରେ ପ୍ରାୟତଃ ରହୁଛନ୍ତି। ଏହା ହୁଏତ ଏକ କାରଣ ହୋଇପାରେ। କିନ୍ତୁ ଉପରୋକ୍ତ ଖବର ନିଶ୍ଚିତ ଭାବରେ ଭଲ ଖବର।