ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ଆବଶ୍ୟକତାକୁ ଅନୁଭବ କରି ମେସେଜିଂ ଆପ୍ ହ୍ୱାଟ୍ସଆପ ମଝିରେ ମଝିରେ ନୂଆ ନୂଆ ଫିଚର ଯୋଡୁଛି। ଏବେ ସେହିପରି ଉପଭୋକ୍ତା ମାନଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ନୂତନ ଏକ ବୈଶିଷ୍ଟ୍ୟ ଆଣିବାକୁ ଯାଉଛି ହ୍ଵାଟ୍ସଆପ୍। ଏହି ବୈଶିଷ୍ଟ୍ୟର ନାମ ହେଉଛି ‘ଲକ୍ ଚାଟ୍’। ଏହି ବୈଶିଷ୍ଟ୍ୟର ସାହାଯ୍ୟରେ ଉପଭୋକ୍ତା ମାନେ ଗୋଟିଏ ଚାଟ୍ ମଧ୍ୟ ଲକ୍ କରିବାକୁ ସମର୍ଥ ହେବେ। ପୂର୍ବରୁ ହ୍ୱାଟ୍ସଆପ ଲକ୍ କରିବାର ବୈଶିଷ୍ଟ୍ୟ ଉପଲବ୍ଧ ଥିଲା, କିନ୍ତୁ ଏଣିକି ପ୍ରତ୍ୟେକ ଚାଟ୍ ଲକ୍ କରିହେବ, ଯାହାକୁ ଆପଣ ଗୁପ୍ତ ରଖିବାକୁ ଚାହୁଁଛନ୍ତି। ହ୍ଵାଟ୍ସଆପ୍ ଏହାର ସର୍ବଶେଷ ରିପୋର୍ଟରେ ‘ଲକ୍ ଚାଟ୍’ ବୈଶିଷ୍ଟ୍ୟ ବିଷୟରେ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ ଖୁବ୍ ଶୀଘ୍ର ଏହାର ପ୍ଲାଟଫର୍ମରେ ଲକ୍ ଚାଟ୍ ବୈଶିଷ୍ଟ୍ୟ ଆଣିବାକୁ ଯାଉଛି, ଯାହା ସାହାଯ୍ୟରେ ଉପଭୋକ୍ତାମାନେ ବର୍ତ୍ତମାନ ଆପରେ ଯେକୌଣସି ଚାଟ୍ ଲକ୍ କରିପାରିବେ। ଚାଟ୍ ଖୋଲିବାକୁ ଆପଣଙ୍କୁ ପ୍ରତ୍ୟେକ ଥର ଫିଙ୍ଗର ପ୍ରିଣ୍ଟ ପ୍ରୟୋଗ କରିବାକୁ ପଡ଼ିବ। ଏବଂ ଅନ୍ୟ କୌଣସି ବ୍ୟକ୍ତି ଆପଣଙ୍କ ଚାଟ୍ ଖୋଲିବାକୁ ସମର୍ଥ ହେବେ ନାହିଁ। ନିଶ୍ଚିତ ଭାବରେ ଏହି ବୈଶିଷ୍ଟ୍ୟ ଉପଭୋକ୍ତା ମାନଙ୍କର ଗୋପନୀୟତାକୁ ଆହୁରି ଦୃଢ କରିବ ଏବଂ ଏକ ନୂତନ ସ୍ତରର ସୁରକ୍ଷା ଦେବ। ସୂଚନା ମୁତାବକ ବର୍ତ୍ତମାନ ଏହି ଫିଚର (ବୈଶିଷ୍ଟ୍ୟ) ବିକାଶ ପର୍ଯ୍ୟାୟରେ ଅଛି।
-/Dev@Dr
ଲକ୍ ଚାଟ୍: ଆପଣଙ୍କ ଫିଙ୍ଗରପ୍ରିଣ୍ଟ ବିନା ଏଣିକି ଆଉ କେହି ଦେଖିପାରିବେନି ଆପଣଙ୍କ ହ୍ଵାଟ୍ସଆପ୍ ଚାଟ୍
