Odiapua.com

ହ୍ଵାଟ୍ସଆପ୍ ସର୍ଭର ଫେଲ୍: ଯାଉନି କି, ଆସୁନି ମେସେଜ୍ ..

ଭୁବନେଶ୍ୱର: ଲୋକପ୍ରିୟ ମେସେଜିଂ ସାଇଟ ହ୍ୱାଟ୍ସଆପ୍ ସର୍ଭର ଠପ୍ ହୋଇଯାଇଛି। ପାଖାପାଖି ଘଣ୍ଟାଏ ଧରି ସର୍ଭର କାମ କରୁନି। ମେସେଜ୍ ଯାଉନି କି ମେସେଜ୍ ଆସୁନି। ଭଏସ୍ କଲ୍, ଭିଡିଓ କଲ୍ କିଛି ବି ହୋଇପାରୁନି। ଅନେକ ଲୋକ ଏହି ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ନା ମେସେଜ୍ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି।
-/Dr