ନୂଆ ଦିଲ୍ଲୀ ୨୮, ସେପ୍ଟେମ୍ବର (ଓଡ଼ିଆ ପୁଅ) ଧାର୍ମିକ ପାଠ୍ୟପୁସ୍ତକ ଉପରେ ନଜର ପକାଇଲେ ଆଧ୍ୟାତ୍ମିକବାଦୀମାନେ ପ୍ରାୟତଃ ଯୁକ୍ତି ବାଢ଼ନ୍ତି ଯେ, ମାନବ ଜୀବନ, ଏହାର ଶାରୀରିକ ରୂପରେ, କେବଳ ଅସ୍ଥାୟୀ ଅଟେ, ଏବଂ ମୃତ୍ୟୁ ପରେ ଆତ୍ମା ଅନ୍ୟ ଏକ ଦିଗରେ ବଞ୍ଚିବା ଜାରି ରଖିଥାଏ। ଏହି ଅବିଶ୍ୱାସନୀୟ ତତ୍ତ୍ୱ ଉପରେ କିଛି ଅନୁଭୂତି ଯୋଗ କରିଛନ୍ତି ହାଜିନ୍ ନାମକ ଜଣେ ବ୍ୟକ୍ତି। ସେ ମୃତ୍ୟୁର ନିକଟତର ହୋଇ ନିଜର ଅନୁଭୂତି ବାଣ୍ଟିଛନ୍ତି ଯେଉଁଠାରେ ସେ ଏକ ନୂତନ ବ୍ରହ୍ମାଣ୍ଡ ପରିଭ୍ରମଣ କରିଥିବାର ଦାବି କରିଛନ୍ତି।
ହାଜିମଙ୍କର ମୃତ୍ୟୁ ନିକଟତର ସମୟର ଅନୁଭୂତି
ସିରିଆର ହାଜିମ୍, ତାଙ୍କର ମୃତ୍ୟୁ ନିକଟ ଅନୁଭୂତି NDERF (ନିକଟ-ମୃତ୍ୟୁ ଅନୁଭୂତି ଅନୁସନ୍ଧାନ ଫାଉଣ୍ଡେସନ୍) ୱେବସାଇଟରେ ଏହା ସେୟାର କରିଛନ୍ତି। ତାଙ୍କର ଅନୁଭୂତି, ମୂଳତଃ ଆରବୀ ଭାଷାରେ ସେ ଲେଖିଥିଲେ, ପରେ ଅହମ୍ମଦ ହାସାଙ୍କ ଦ୍ୱାରା ଏହାକୁ ଇଂରାଜୀରେ ଅନୁବାଦ କରାଯାଇଛି। NDE (Near to Death Expirience – ମୃତ୍ୟୁ ନିକଟତର ହୋଇ ଫେରିବା ଅନୁଭୂତି) ପୀଡିତ ହାଜିମ୍ ଏକ ଭିନ୍ନ ସ୍ତରରେ ପହଞ୍ଚିଥିବାର ଦାବି କରିଛନ୍ତି ଯାହା ସେ ପୂର୍ବରୁ କେବେ ଦେଖି ନଥିଲେ।
ତାଙ୍କର ଅନୁଭୂତି –
“ମୁଁ ହଠାତ୍ ନିଜକୁ ଅନ୍ୟ ଏକ ମହାଜାଗତିକ ଆକାରରେ (ବ୍ରହ୍ମାଣ୍ଡରେ ଅନନ୍ୟ ଆକାରରେ) ପାଇଲି। ମୁଁ, ଗୋଲାପୀ ମେଘ ଉପରେ ଖାଲି ସ୍ଥାନ ପରି ଏକ ସ୍ଥାନରେ ଥିଲି, ଏବଂ ନଭଶ୍ଚୁମ୍ବି ବହୁତ ବଡ଼ ଗୋଲାକାର ଧାତୁ ଆକାଶମାର୍ଗରେ ବୁଲୁଥିଲା ଏବଂ ସେଠାରେ ଦୁଇ ଜଣ ଆଧ୍ୟାତ୍ମିକ ପ୍ରାଣୀ ଟେଲିପ୍ୟାଥୀ (ମାନସିକ ଦୂରସଂଚାର) କଥା ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିର୍ଦ୍ଦେଶ ଦେଉଥିଲେ। ଅନ୍ୟ ଜଣକୁ କହୁଥିଲେ, ‘ତାଙ୍କ ସ୍ମୃତିକୁ ସଫା କର ଏବଂ ତାଙ୍କ ପାଇଁ ଏକ ନୂତନ ଶରୀର ପ୍ରସ୍ତୁତ କର’ ଯେପରି ଏହା ପୁନର୍ଜନ୍ମରେ ଘଟେ। ତା’ପରେ ମୋତେ ଏକ ବିଶାଳ ଧାତୁ ସର୍କଲରେ ରଖାଗଲା ଏବଂ ଏହା ମୋ ସହିତ ଘୂର୍ଣ୍ଣନ କରିବାକୁ ଲାଗିଲା, ତା’ପରେ ମୋର ସ୍ମୃତି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା।” NDERF ୱେବସାଇଟରେ ହାଜିମ ଲେଖିଛନ୍ତି।
ହଠାତ୍ ହାଜିମ୍ ବୋଧହୁଏ ଏକ ଅଜ୍ଞାତ ସ୍ୱର ଶୁଣିଲେ ଯେଉଁଥିରେ କୁହାଯାଇଥିଲା ଯେ, ବସ୍ତୁ ଜଗତରେ ତାଙ୍କର ସମୟ ଶେଷ ହୋଇନାହିଁ, ଏବଂ ତାଙ୍କର ଅଧିକ କାର୍ଯ୍ୟ ଥିବାରୁ ସେ ଫେରିଯିବା ଉଚିତ୍। ହାଜିମ୍ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ମୁହୂର୍ତ୍ତରେ ସେ ନିଜ ଶରୀରକୁ ସ୍ପଷ୍ଟ ଭାବରେ ଛାଡିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ଅଭିଜ୍ଞତା ସୁଖଦ ନଥିଲା କି କଷ୍ଟଦାୟକ ନଥିଲା। ଅବଶ୍ୟ, ସେ ପ୍ରକାଶ କରିଛନ୍ତି ଯେ ସେହି ମୁହୂର୍ତ୍ତରେ ତାଙ୍କ ଚିନ୍ତାଧାରା ସାଧାରଣ ଅପେକ୍ଷା ବହୁତ ଦ୍ରୁତ ଥିଲା।
ମୃତ୍ୟୁର ରହସ୍ୟ ଉପରେ ଗବେଷଣା କରୁଥିବା ସାମ୍ ପାର୍ନିଆଙ୍କ ଅନୁସାରେ
ବରିଷ୍ଠ ବିଶେଷଜ୍ଞ ତଥା ଗବେଷକ ସାମ ପାରନିଆ ଯିଏ ମୃତ୍ୟୁର ନିକଟବର୍ତ୍ତୀ ଅନୁଭୂତି ଜାଣିବା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଛନ୍ତି, ସେ ନିକଟରେ ପ୍ରକାଶ କରିଛନ୍ତିଯେ, ଯେ ମୃତ୍ୟୁ ମୂଳତଃ ଏକ ପ୍ରକ୍ରିୟା। ଏକ କଳା ଏବଂ ଧଳା ମୁହୂର୍ତ୍ତ ନୁହେଁ। ପାରନିଆଙ୍କ ଅନୁଯାୟୀ, ମସ୍ତିଷ୍କ କାର୍ଯ୍ୟ ବନ୍ଦ କରିବାବେଳେ ମଣିଷ ବାହ୍ୟ ଜଗତ ବିଷୟରେ ଚେତାଶୂନ୍ୟ ହୋଇଯାଏ ଏବଂ ଏହା ମାନବ ଜୀବନର ସମାପ୍ତିକୁ ଚିହ୍ନିତ କରେ।
ପାର୍ନିଆ ବିଶ୍ୱାସ କରନ୍ତି ଯେ, ମୃତ୍ୟୁର ଅନୁଭୂତି ସହିତ ଜଡିତ ଧାରଣା ମୃତ୍ୟୁ ପରେ ଜୀବନର ପ୍ରମାଣ ନୁହେଁ। ପାରନିଆଙ୍କ ଅନୁଯାୟୀ, ମାନବ ମସ୍ତିଷ୍କ ଜୀବନ ପ୍ରତି ବିପଦପୂର୍ଣ୍ଣ ଘଟଣା ସମୟରେ ଏକ ବଞ୍ଚିବାର କୌଶଳ ଅବଲମ୍ବନ କରିଥାଏ ଏବଂ ଏହା ଏହି ଅଦ୍ଭୁତ ଭ୍ରମଧାରଣା ଦେଇ ଗତି କରିଥାଏ।