Odiapua.com

ପରାଜୟ ପରେ କ’ଣ କହିଲେ ବିଜୟ ?

ପାଟକୁରା, ୨୪।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି, ଯେଉଁଥିରେ ବିଜେପିକୁ ମାତ୍ ଦେଇ ଵାଜିମାତ୍ କରିଛି ବିଜେଡି। ପ୍ରାୟ ୧୭ ହଜାର ୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପିକୁ ହରାଇ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ।

ତେବେ ପରାଜୟ ଲାଭ କରିବା ପରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ମୋତେ ଏହି ଫଳାଫଳ ଆଶ୍ଚର୍ଯ୍ୟାନ୍ୱିତ କରିଛି ଏବଂ ମୁଁ ବିଶ୍ୱାସ କରିପାରୁନାହିଁ। ହେଲେ ଗଣତନ୍ତ୍ରରେ ଏସବୁକୁ ସ୍ୱୀକାର କରିବାକୁ ତ ପଡିବ। ଏହା ସହ ମୁଁ ଜନାଦେଶକୁ ସମ୍ମାନ ଜଣାଉଛି।’

ତେବେ ଖୁବଶୀଘ୍ର ବିଜେପି ପରାଜୟର କାରଣ ବିଷୟରେ ଅନୁଧ୍ୟାନ କରାଯିବ ବୋଲି ବିଜୟ ମହାପାତ୍ର କହିଛନ୍ତି।