Odiapua.com

ଆସନ୍ତାକାଲି ମନ୍ତ୍ରୀ ପଦର ଶପଥ ନେବାକୁ ଯାଉଥିବା ଚାରି ଜଣ ଟିଏମସି ନେତାଙ୍କ ବିରୋଧରେ ସିବିଆଇ ମାମଲା ଚଳାଇବାକୁ ଅନୁମତି ଦେଲେ ରାଜ୍ୟପାଳ

କୋଲକାତା ୯-୫ (ଓଡ଼ିଆ ପୁଅ) : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଗଠନ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ କଷାକଷି ଆରମ୍ଭ। ରାଜ୍ୟପାଳ ଜଗଦୀପ ଧନଖଡ଼ ଚାରି ଜଣ ଟିଏମସି ନେତାଙ୍କ ବିରୋଧରେ ସିବିଆଇ ମାମଲା ଚଳାଇବାକୁ ଅନୁମତି ଦେଇଛନ୍ତି। ବିଶେଷ କଥା ହେଉଛି ଏହି ଚାରିଜଣ ନେତା ଆସନ୍ତାକାଲି ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଯେଉଁ ଚାରିଜଣ ନେତାଙ୍କ ବିରୋଧରେ ରାଜ୍ୟପାଳ ସିବିଆଇକୁ ଏହି ମାମଲା ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି, ସେମାନଙ୍କ ମଧ୍ୟରେ ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଏବଂ ଶୋଭନ୍ ଚାଟାର୍ଜୀଙ୍କ ନାମ ରହିଛି। ଏମାନଙ୍କ ବିରୁଦ୍ଧରେ ନାରଦା ସ୍କାମ୍‌ ରେ ମାମଲା ଚଳାଇବାକୁ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ।