Odiapua.com

ନିମନ୍ତ୍ରଣ ରହିଲା: ଆପଣଙ୍କୁ ବିବାହ ଉତ୍ସବକୁ ହାର୍ଦ୍ଦିକ ନିମନ୍ତ୍ରଣ ..

ନୂଆଦିଲ୍ଲୀ: ବିବାହ ଉତ୍ସବ ପାଇଁ ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ଲାଗି ନିମନ୍ତ୍ରଣ ପତ୍ର ଛପା ଯାଇଥାଏ। ବେଳେବେଳେ କିଛି ଲୋକ ସେମାନଙ୍କ ବିବାହ ନିମନ୍ତ୍ରଣ ପତ୍ର କିଛି ଭିନ୍ନ ଢଙ୍ଗରେ, କିଛି ସୃଜନଶୀଳ ବିଚାର ରଖି ପ୍ରସ୍ତୁତ କରିଥାଆନ୍ତି। ଏବେ ଏମିତି ଏକ ଭିନ୍ନ ଢଙ୍ଗର ବିବାହ ନିମନ୍ତ୍ରଣ ପତ୍ର ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମେଡିସିନ୍ ଷ୍ଟ୍ରିପ୍ ପରି ଦେଖା ଯାଉଥିବା ଏହା ବାସ୍ତବରେ ଏକ ବିବାହ ନିମନ୍ତ୍ରଣ ପତ୍ର। ପ୍ରଥମ ଦେଖାରେ ଏକ ମେଡିସିନ୍ ଷ୍ଟ୍ରିପ ପରି ଦେଖାଯାଉଥିଲେ ମଧ୍ୟ ଅତି ନିକଟରୁ ନୀରିକ୍ଷଣ କଲେ, ଏହା ବିବାହ ନିମନ୍ତ୍ରଣ ପତ୍ର ବୋଲି ଜାଣିପାରିବେ। ତାମିଲନାଡୁର ତିରୁବନନାମାଲାଇ ଅଞ୍ଚଳର ବିବାହ କରୁଥିବା ଦମ୍ପତି ଉଭୟ ଫାର୍ମାସି ସହ ଜଡ଼ିତ। ଏଜିଲାରସନ୍ ଏବଂ ବସନ୍ତା କୁମାରୀ ଉଭୟ ଫାର୍ମାସିରେ ସ୍ନାତକୋତ୍ତର ଏବଂ ଫାର୍ମାସି କଲେଜରେ ଶିକ୍ଷାଦାନ କରୁଛନ୍ତି ବୋଲି ଜଣାପଡ଼ିଛି।
-/Dr