Odiapua.com

୪ଟା ୪୫ ସୁଦ୍ଧା ୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ଭୁବନେଶ୍ୱର, ୨୪ା୭ (ଓଡିଆ ପୁଅ/ପଙ୍କଜିନୀ ନାୟକ) : ରାଜ୍ୟରେ ମୌସୁମୀ ଥିଲେ ମଧ୍ୟ ବର୍ଷାର ପରିମାଣ ପୁରା କମିଯାଇଛି। ଦିନକୁ ଦିନ ଖରାର ମାତ୍ରା ବଢିବା ସହ ଅସହ୍ୟ ଖରା ହେବାରେ ଲାଗିଛି। ବର୍ଷା ନହେବା କାରଣରୁ ବହୁତ କ୍ଷତି ମଧ୍ୟ ଘଟୁଛି।

ଆଉ ଏହାରି ମଧ୍ୟରେ ଆଜି ୪ଟା ୪୫ ସୁଦ୍ଧା ୫ ଜିଲ୍ଲାକୁ ବର୍ଷା ଓ ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ। ୫ଟି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ସାମିଲ ରହିଛି।