Odiapua.com

‘ଗୋଟିଏ ଦେଶ, ଗୋଟିଏ ଭାଷା ‘ କେବେ ହୋଇପାରିବ ନାହିଁ : ଜୟରାମ ରମେଶ

ବାଙ୍ଗାଲୁରୁ ୧୬-୯ (ଓଡ଼ିଆ ପୁଅ) : ବାଙ୍ଗାଲୁରୁରେ ଏମ. ବିଶ୍ଵେଶ୍ଵରୈୟାଙ୍କର ମେମୋରିୟାଲ ବ୍ୟାଖ୍ୟାନରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତିଯେ, ‘ଗୋଟିଏ ଦେଶ, ଗୋଟିଏ ଭାଷା’, ବିଚାର କେବେହେଲେ ହୋଇପାରିବ ନାହିଁ। ଅମିତ ଶାହଙ୍କର ଏକାତ୍ମ ବିଚାରକୁ ବିରୋଧ କରି ଜୟରାମ ରମେଶ ସମ୍ବୋଧିତ କରିଥିଲେ। ଜୟରାମ ରମେଶ କହିଥିଲେଯେ, ‘ଗୋଟିଏ ଦେଶ, ଗୋଟିଏ କର’ (One nation One tax), ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ (One nation One election) ଲାଗୁ କରାଯାଇପାରେ। କିନ୍ତୁ ‘ଗୋଟିଏ ଦେଶ, ଗୋଟିଏ ଭାଷା ‘ One nation One language ‘ଗୋଟିଏ ଦେଶ, ଗୋଟିଏ ସଂସ୍କୃତି’ (One nation One culture) ର ବିଚାର କେବେହେଲେ ହୋଇପାରିବ ନାହିଁ ନୁହେଁ। କାରଣ ଆମର ଏକ ରାଷ୍ଟ୍ର ଏବଂ ଆମ ନିକଟରେ ବହୁତ ଭାଷା ଭାଷୀ ଲୋକ ଅଛନ୍ତି। ସେ କହିଲେଯେ, କିଛିଲୋକ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କର ବିରାସତକୁ ବଦନାମ ଏବଂ କମଜୋର କରିବାକୁ ଚେଷ୍ଟା କରୁଛନ୍ତି।