Odiapua.com

ଆମେ ଆଉ ଏକ ଯୁଦ୍ଧ ଚାହୁଁନାହୁଁ:ନୋବେଲ ବିଜେତା ମଲାଲା

ନୂଆଦିଲ୍ଲୀ: ଭାରତ ପାକିସ୍ଥାନ ମଧ୍ୟରେ ଅତ୍ୟନ୍ତ ଅଶାନ୍ତ ପରିସ୍ଥିତି ରହିଥିବା ବେଳେ ଏହି ସମୟରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା।ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଲାଗି ରହିଥିବା ଉତେଜନା ମୂଳକ ସ୍ଥିତିକୁ ନେଇ କହିଛନ୍ତି,”ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ଥାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଠାରୁ ଏହି କଠିନ ପରିସ୍ଥିତି ସମୟରେ କୁଶଳ ନେତୃତ୍ୱ କ୍ଷମତା ଦେଖାଇବା ପାଇଁ ଅପିଲ କରୁଛି”।ମଲାଲା କହିଛନ୍ତି, ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ଯୋଗୁଁ ଏବେ ଲକ୍ଷଲକ୍ଷ ପୀଡ଼ିତ ଅଛନ୍ତି, ଆମେ ଆଉ ଏକ ଯୁଦ୍ଧ ଚାହୁଁନାହୁଁ।/ଦେବଦତ୍ତ