Odiapua.com

୪୫ ବର୍ଷ ହେଲା କାଚ ଖାଉଛନ୍ତି ଏହି ଓକିଲ: ଦେଖିଲେ ହେବେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଆଜକୁ ୪୫ ବର୍ଷ ହେଲା କାଚ ଖାଇ ଆସୁଛନ୍ତି।ସତେ ଯେପରି କୌଣସି ଖାଦ୍ୟ ଖାଉଛନ୍ତି, ସେହିପରି ଭଙ୍ଗା ବୋତଲ କାଚ ଗୁଡ଼ିକୁ କାଡ଼ୁକାଡ଼ୁ କରି ଚୋବାଇ ଖାଇ ଦେଉଛନ୍ତି ଏହି ବ୍ୟକ୍ତି।ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ!ବ୍ୟକ୍ତି ଜଣଙ୍କର ନାମ ଦୟାରାମ ସାହୁ।ବୃତ୍ତିରେ ସେ ଜଣେ ପେଶାଦାର ଓକିଲ।ମଧ୍ୟପ୍ରଦେଶର ଡିଣ୍ଡୋରୀ ଅଞ୍ଚଳରେ ତାଙ୍କ ଘର।ଦୟାରାମ କହିଛନ୍ତି, ଏହା ତାଙ୍କର ଗୋଟେ ଅଭ୍ୟାସରେ ପରିଣତ ହୋଇଯାଇଛି।ଏବଂ ଏହା ଯୋଗୁଁ ତାଙ୍କ ଦାନ୍ତ ଖରାପ ହୋଇଯାଇଛି।ଅନ୍ୟମାନଙ୍କୁ ଏପରି କରିବାକୁ ସେ ବାରଣ କରିଛନ୍ତି, କାରଣ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି।ଏବେ ସେ କାଚ ଖାଇବା ପୂର୍ବପେକ୍ଷା କମାଇ ଦେଇଛନ୍ତି।ଦୟାରାମଙ୍କ ଏପରି ଅଭ୍ୟାସ ଦେଖି ଯେ’ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଏବଂ କହୁଛନ୍ତି, କିପରି ଜଣେ ଲୋକ ଏପରି କାଚ ଖାଇପାରେ?କିନ୍ତୁ, ଏହି ଭିଡିଓରେ ସବୁ ପ୍ରଶ୍ନର ଉତ୍ତର ଅଛି।//ଦେବଦତ୍ତ ରଥ