Odiapua.com

ଟ୍ୱିଟର୍ ଆକାଉଣ୍ଟରେ ବ୍ଲୁ- ଟିକ୍ ଚାହୁଁଛନ୍ତି କି? ଜାଣନ୍ତୁ ଉପାୟ ..

ଭୁବନେଶ୍ୱର: ଆପଣଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ- ଟିକ୍ ଚାହୁଁଛନ୍ତି କି? ଟ୍ବିଟର ପୁଣି ଥରେ ୟୁଜରଙ୍କ ପାଇଁ ବ୍ଲୁ- ଟିକ୍ ସବସ୍କ୍ରିପସନ ଲଞ୍ଚ୍ କରିବାକୁଯାଉଛି। ସର୍ଭିସ୍ ଲଞ୍ଚ ହେବା ପରେ ୟୁଜର୍ସ ପେମେଣ୍ଟ୍ କରି ବ୍ଲୁ- ଟିକ୍ ହାସଲ କରିପାରିବେ। ବ୍ଲୁ ସବସ୍କ୍ରିପସନ ମିଳିବା ପରେ ୟୁଜରଙ୍କୁ କଣ୍ଟେଣ୍ଟ ଏଡିଟ୍ ବ୍ୟତୀତ ଅନେକ ସୁବିଧା ମଧ୍ୟ ମିଳିବ। ତେବେ, ଆପଲ ଆଇଓଏସ ୟଜର୍ସଙ୍କ ପାଇଁ ଏହି ସେବା ମହଙ୍ଗା ରହିବ। ଟ୍ବିଟର ଓ୍ବେବ୍ ପାଇଁ ମାସିକ ୮ ଡଲାର ଥିବା ବେଳେ, ଆଇଓଏସ ପାଇଁ ୧୧ ଡଲାର ପ୍ରତିମାସର ପେମେଣ୍ଟ ରହିଛି। କମ୍ପାନୀର ନୂଆ ପଲିସି ଅନୁଯାୟୀ ଟ୍ବିଟର ୟୁଜରଙ୍କ ଆକାଉଣ୍ଟର ସମୀକ୍ଷା କରାଯିବ। କେବଳ ଭେରିଫାଇ ଫୋନ୍ ନମ୍ବର ଥିବା ୟୁଜରଙ୍କୁ ହିଁ ସେବା ମିଳିବ। ଏଥିପାଇଁ ଟ୍ବିଟର କର୍ମଚାରୀ ମଧ୍ୟ ଆକାଉଣ୍ଟର ସମୀକ୍ଷା କରିବେ। ଭେରିଫିକେସନ ପରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଦିଆଯିବ। ଏହା ସହ ୟୁଜରଙ୍କୁ ଟ୍ବିଟ୍‌ର କେଣ୍ଟେଣ୍ଟକୁ ଏଡିଟ୍ କରିବା ଅପ୍ସନ ମିଳିବ। ତେବେ, ୟୁଜର୍ସ କେବଳ ୩୦ ମିନିଟ୍ ମଧ୍ୟରେ କଣ୍ଟେଣ୍ଟକୁ ଏଡିଟ୍ କରିପାରିବେ। ଏହା ବ୍ୟତୀତ ଫୁଲ୍ ଏଚଡି ଭିଡିଓ ମଧ୍ୟ ଅପଲୋଡ୍ କରିପାରିବେ। ଏହା ସହ ଲମ୍ବା ଟ୍ବିଟ୍ ମଧ୍ୟ କରିପାରିବେ। ସବସ୍କ୍ରିପସନ ନେଇଥିବା ୟୁଜରଙ୍କୁ ୫୦ ପ୍ରତିଶତ କମ୍ ବିଜ୍ଞାପନ ଦେଖାଯିବ। ତେବେ, ଯଦି ୟୁଜର୍ସ ଯଦି ନିଜ ପ୍ରୋଫାଇଲ ଫଟୋ କିମ୍ବା ନାମ ବଦଳାଉଛନ୍ତି ତେବେ ତାଙ୍କ ବ୍ଲୁ ଟିକ୍ ହଟାଇଦିଆଯିବ ଏବଂ ପୁଣି ଥରେ ଭେରିଫିକେସନ ପରେ ହିଁ ବ୍ଲୁ ଟିକ୍ ଦିଆଯିବ।
/-DevDr