Odiapua.com

VVPAT ଉପରେ ୨୧ ବିରୋଧି ଦଳର ଯାଚିକା ସୁପ୍ରୀମ କୋର୍ଟରେ ଖାରଜ

ନୂଆଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ VVPAT ଉପରେ ବିରୋଧି ଦଳଗୁଡ଼ିକର ଯାଚିକାକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟଯେ, ୨୧ଟି ବିରୋଧି ଦଳ ପୂର୍ବରୁ ତିନ ଚରଣର ମତଦାନ ସମୟରେ ସାମନାକୁ ଆସିଥିବା ଇଭିଏମରେ ଭୁଲ ହେଉଥିବା ମାମଲା ପରେ ୫୦% ଭିଭିପାଟ୍ ରସିଦ୍ ଗଣତି କରିବା ପାଇଁ ପୁନର୍ବିଚାର ଯାଚିକା ଦାଖଲ କରିଥିଲେ।

ଯାଚିକାକୁ ଖାରଜ କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି କି କୋର୍ଟ ଏହି ମାମଲାକୁ ବାରମ୍ବାର କ’ଣ ପାଇଁ ଶୁଣିବ। CJI କହିଲେ କି ସେ ଏହି ମାମଲାରେ ଦଖଲ ଦେବାକୁ ଚାହାଁନ୍ତି ନାହିଁ। ବିରୋଧି ଦଳଗୁଡ଼ିକର ଯାଚିକାରେ କୁହାଯାଇଥିଲାଯେ, ଅନେକ କ୍ଷେତ୍ରରେ ଦେଖାଯାଇଛି କି ଭୋଟର କୌଣସି ଅନ୍ୟ ପାର୍ଟୀକୁ ଭୋଟ ଦେଉଥିବା ବେଳେ ତା’ର ଭୋଟ କୌଣସି ଦ୍ୱିତୀୟ ପାର୍ଟୀ ପାଇଁ ରେକର୍ଡ ହେଉଛି।

୮ ଅପ୍ରିଲରେ ଦିଆଯାଇଥିବା ନିର୍ଦ୍ଦେଶରେ କୋର୍ଟ କହିଥିଲେ କି ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ବଦଳରେ ୫ଟି EVM- VVPAT ର ମେଳ ହେବ। ଚିଫ ଜଷ୍ଟିସ ଅଫ ଇଣ୍ଡିଆ ରଞ୍ଜନ ଗୋଗୋଇ କହିଥିଲେ, ‘ପ୍ରତ୍ୟେକ ବିଧାନସଭାରେ EVM- VVPAT ମିଳାଇବାର ସଂଖ୍ୟା ଏଥିପାଇଁ ବଢ଼ାଯାଇଛି, ଯାହାଫଳରେ ସଠିକତା ବଢ଼ିବ, ନିର୍ବାଚନ ପ୍ରକ୍ରିୟାରେ ନା କେବଳ ରାଜନୈତିକ ଦଳ ଏପରିକି ମତଦାତା ମଧ୍ୟ ଏଥିରେ ସନ୍ତୁଷ୍ଟ ହୁଅନ୍ତୁ।’

ସୁପ୍ରୀମ କୋର୍ଟରେ ଯାଚିକା ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ (ଟିଡିପି), ଶରଦ ପୱାର (ଏନସିପି), ଫାରୁକ ଅବ୍ଦୁଲ୍ଲା (ଏନସି), ଶରଦ ଯାଦବ (ଏଲଜେଡି), ଅରବିନ୍ଦ କେଜରୀୱାଲ (ଆମ ଆଦମୀ ପାର୍ଟୀ), ଅଖିଲେଶ ଯାଦବ (ସପା), ଡେରେକ ଓ’ ବ୍ରାୟନ (ଟିଏମସି) ଏବଂ ଏମ. କେ. ଷ୍ଟାଲିନ (ଡିଏମକେ) ଙ୍କ ତରଫରୁ ଦାଖଲ କରାଯାଇଥିଲା। ବାକି କିଛି ଛୋଟ ଦଳ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଯାଚିକାରେ କୋର୍ଟରେ ଅପିଲ କରିଥିଲେ କି ଇଭିଏମର ୫୦ପ୍ରତିଶତ ଫଳାଫଳ ସାଧାରଣ ନିର୍ବାଚନର ପରିଣାମର ଘୋଷଣା କରାଯିବା ପୂର୍ବରୁ ଭିଭିପାଟ୍ ସାଥିରେ ମିଳାଇବା ଆବଶ୍ୟକ।