– ଦେବପ୍ରସାଦ ମିଶ୍ର
ନିକଟରେ ପାଞ୍ଚଗୋଟି ରାଜ୍ୟର ବିଧାନସଭାର ନିର୍ବାଚନ ଫଳାଫଳ ପ୍ରକାଶ ପରେ ଆମ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାକୁ ନେଇ ବିଶେଷ କରି ରାଜ୍ୟର ପ୍ରମୁଖ ଅଞ୍ଚଳ ମୁଖ୍ୟତଃ ଗ୍ରାମାଞ୍ଚଳରେ ଏ ନିର୍ବାଚନର ଫଳାଫଳ ଆମ ରାଜ୍ୟରେ ୨୦୧୯ ନିର୍ବାଚନରେ କି ପ୍ରଭାବ ପକାଇବ ତାକୁ ନେଇ ସବୁଆଡେ ଆଲୋଚନା କେଉଁ ଅଞ୍ଚଳରେ କିକି ପ୍ରକାର ସମସ୍ୟାକୁ ନେଇ ରାଜ୍ୟ ସରକାର ସମସ୍ୟାର ସମ୍ମୁଖୀନ ହେବେ ତାକୁ ନେଇ ଆଲୋଚନା।
ରାଜ୍ୟରେ ବିଜେଡି ସରକାର ଦୀର୍ଘଦିନ ହେଲା ଶାସନରେ ଥାଇ ମଧ୍ୟ ଆସନ୍ତା ନିର୍ବାଚନ ରେ ସେପରି ଆଖି ଦୃଶିଆ ଫଳାଫଳ ପାଇବ ନାହିଁ ବୋଲି ମୋଟା ମୋଟି ଆଲୋଚନା ବିଜେଡି ତାର ଶାସନ କାଳରେ ନାନା ପ୍ରକାର ଅସୁମାରୀ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ତ୍ରୁଣମୂଳ ସ୍ତରରେ ବିଶେଷ କରି ଅନୁନ୍ନତ ପଛୁଆ ଜିଲ୍ଲାରେ ଲୋକଙ୍କ ପାଖରେ ଏ ଯୋଜନା ପହଞ୍ଚି ପାରିନାହିଁ କି କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ଯେଉଁ କର୍ମଚାରୀ ଅଫିସର ମାନେ ଅଛନ୍ତି ସେମାନେ ଏ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯଥା ଯଥ ଉଦ୍ୟମ କରୁନାହାନ୍ତି, ଯେଉଁଠି ଲୋକେ ଟିକେ ସଚେତନ ସେଠାରେ ଅଭିଯୋଗ କଲେ କି ପଦସ୍ଥ ଅଫିସରଙ୍କ ନଜରକୁ ଆଣିଲେ ଟିକେ ଓପରଠାଉରିଆ ଭାବେ ଦିନେ ଦୁଇଦିନ ଲୋକଙ୍କୁ ସୁହାଇଲା ପରି କାମକରି ତା ପରେ ଚୁପଚାପ, ସବୁ କାଗଜ ପତ୍ରରେ ଓ କମ୍ପୁ୍ୟଟରରେ ଚାଲିଛି, ଅସଲ କାର୍ଯ୍ୟ କ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ ହେଉନାହିଁ ଯେଉଁ ଲୋକପ୍ରତିନିଧି ମାନେ ବିଭିନ୍ନ ସ୍ତରରେ ଅଛନ୍ତି ସେମାନେ ନିର୍ବାଚିତ ହେବାପରେ ସହରରେ ନଚେତ ଭୁବନେଶ୍ୱରରେ। ଯେଉଁ ବିଧାୟକମାନେ ରହିଲେ ସେମାନେ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ଅଭାବ ଅସୁବିଧା ବୁଝିବା ପାଇଁ ମାସିକ ଦରମା ଭତ୍ତା ପାଉଥିଲେ ମଧ୍ୟ ମାସରେ ଥରେ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଉନାହାନ୍ତି ଯଦିବା ଗଲେ ଆଇ.ବିରେ ଡାକବଙ୍ଗଳାରେ ମଉଜ ମଜଲିସ କରି ଫେରୁଛନ୍ତି। ମୁଖ୍ୟମନ୍ତ୍ରୀ ବାରମ୍ବାର ଲୋକଙ୍କ ପାଖୁ ଯାଇ ସମସ୍ୟାର ସମାଧାନ ବା ଲୋକ ସଂପର୍କ ରଖିବା ପାଇଁ କହି ଆସୁଥିଲେ ମଧ୍ୟ ଏହା ଲୋକ ଦେଖାଣିଆ। ବିଧାୟକଙ୍କ କଥା ଛାଡନ୍ତୁ, ମନ୍ତ୍ରୀ, ଏମ୍ . ପି ମାନେ ବର୍ଷକରେ ନିର୍ବାଚନ ମଣ୍ଡଳୀକୁ କାଁ ଭାଁ ଗସ୍ତ ନବୀନବାବୁଙ୍କ ନାମରେ ଦୀର୍ଘ ବର୍ଷ ରହିଲେ, ଲୋକଙ୍କ ପାଇଁ ସମସ୍ୟାର ସମାଧାନ କରିବା ତ ଦୂରର କଥା କିଏ ବିଜେଡି, ବିଜେପି, କମ୍ୟୁନିଷ୍ଟ, କଂଗ୍ରେସ, ଖାରବେଳ, ବୈଜୟନ୍ତ, ଦାମ ଗୋଷ୍ଠି କହି ଗୋଷ୍ଠି ବିବାଦରେ ବ୍ୟସ୍ତ। ଜଣେ ମଧ୍ୟ ବୟସ୍କ ଚାଷୀ ତାଙ୍କ ବାସସ୍ଥାନ ମଦନପୁର-ରାମପୁର ଘର ନର୍ଲା ଉର୍ଲାଦାନୀରେ ଜମିବାଡି ଦିନେ ସେ ଅଞ୍ଚଳର ଜଣେ ଗଉନ୍ତିଆ ଥିଲେ, ଚଳିତ ବର୍ଷ ଦୁଇଟି ସ୍ଥାନରେ ପ୍ରାୟ ୩୦ ଏକର ଜମିରେ ଧାନ ଚାଷ କରିଥିଲେ ପାଣି ତ ସବୁବେଳେ ମିଳେନି ପାଣି ଅଭାବରୁ ଅଧିକ ସ୍ଥାନରେ ଫସଲରେ ବିଭିନ୍ନ ପ୍ରକାର ପୋକ ଲାଗିଗଲା ତେବେ ତାହା କି ପ୍ରକାରର ପୋକ କି ଔଷଧ ପକାଇଲେ ପୋକ ମରିବେ ତାକୁ ନେଇ ଗ୍ରାମ ସେବକ ଠାରୁ ଗାଁ ପଞ୍ଚାୟତ ବ୍ଲକ ଏପରିକି କୃଷି ବିଭାଗର କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଲେ ମଧ୍ୟ ଏ କଥା ଶୁଣିବାକୁ କେହି ନାହିଁ ଶୁଣିବାକୁ ମିଳିଲା ଦୁଇଦିନ ପରେ ଆସ.ଦୁଇଦିନ ପରେ ଧାନଗଛ ସବୁ ଶୁଖି ଯିବାକୁ ବସିବାରୁ କୃଷି ବିଭାଗ ଅଫିସର କ୍ଷେତ୍ର କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଓ ଘଟଣା ସ୍ଥଳ କ୍ଷେତ୍ର ପରିଦର୍ଶନ କରିବାକୁ କହିବାରୁ ଉତ୍ତର ମିଳିଲା ଆମର ତର୍ଜ୍ଜମା ଚାଲିଛି, କମିଟି ବସି ନିକଟରେ କ୍ଷେତ୍ର ପରିଦର୍ଶନରେ ଯିବେ ସେମାନେ ଗଲା ବେଳକୁ ସବୁଗଛ ବିଲରେ ଶୁଖିଯାଇଥିଲା କଥା ହେଉଛି କର୍ମଚାରୀ ଅଛନ୍ତି ଅଫିସର ଅଛନ୍ତି କ୍ଷେତ୍ର ପରିଦର୍ଶନକାରୀ ଅଛନ୍ତି ତାଙ୍କ ଉପରେ ବ୍ଲକ ଓ ଜିଲ୍ଲା ସ୍ତରରେ ଅଫିସର ଅଛନ୍ତି କିନ୍ତୁ କାହାରୀ ଧୈର୍ଯ୍ୟ ନାହିଁ କି ଘଟଣାସ୍ଥଳକୁ ପରିଦର୍ଶନ କରି ନୀତି ଧାର୍ଯ୍ୟ କରିବାକୁ ସ୍ଥାନ ଓ ସମୟ ନାହିଁ। କେହି ଉପର ସ୍ତରର ଅଫିସର ତାଙ୍କ ବିଭାଗରେ ତଳ ସ୍ତରରେ ଓ କ୍ଷେତ୍ର ଉପରେ କଣ ହେଉଛି ତାର ତଦାରଖ, ସମୀକ୍ଷା କରୁନାହାନ୍ତି ଲୋକଙ୍କ ସମସ୍ୟା ଶୁଣିବାକୁ ବେଳ ନାହିଁ ସବୁ କାଗଜ ପତ୍ରରେ ଠିକ ଚାଲଛି ବୋଲି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ, କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଉପୁଜିଲେ ମୁଖ୍ୟମନ୍ତ୍ରୀ ବା ସରକାରଙ୍କ ଦୋଷ ହେଉଛି, ଦଳୀୟ ମୁଖପାତ୍ର କହିବେ, ଯିଏ ଦୋଷ କରିଥିବ ତା ବିରୁଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ଏ ହେଲା ଏ ଶାସକ ବିଜେଡିର ରୀତିମତ ତାମସା।ଆକୁ ଲୋକେ ବୁଝିଲେଣି ଚାଷୀଙ୍କ ସମସ୍ୟା ଅସୁମାରୀ ସବୁ ପୁରଣ କରିବା ସମ୍ଭବପର ନୁହେଁ ତେବେ ସମସ୍ୟା କହିବାକୁ ରାଜଧାନୀ ଯିବା ଓ ସେଠାରେ ସଭା କରିବା ଏହା ବିଜେଡି ସମ୍ବିଧାନରେ ନାହିଁ ଗତ ଚାଷୀ ସମାବେଶରେ ଯେଉଁ ପଦଯାତ୍ରାକୁ ପୋଲିସ ଲଗାଇ ଲୋକଙ୍କୁ ରାସ୍ତା ମଝିରୁ ପୁଲିସ ବାହିନୀ ଘୋଷାଡି ନେବା ଚିତ୍ରକୁ ବିଦ୍ୟୁତ ଗଣ ମାଧ୍ୟମ ଯେତେ ଦିନ ଦେଖାଉଥିବ, କେବଳ ସେହି ଫୋଟୋଚିତ୍ର ପ୍ରଭାବରେ ରାଜ୍ୟରେ ଭୋଟରମାନଙ୍କ ମନରେ ଶାସକ ଦଳରୁ ମୁହଁ ମୋଡିବାକୁ ବାଧ୍ୟ କରିବ, କରୁଚି.ଭବିଷ୍ୟତରେ କରିବ ମଧ୍ୟ। ଏ କଥାକୁ ଏ ଚାଷୀ ଜଣଙ୍କ ଯେଉଁ ଢଙ୍ଗରେ କହୁଥାନ୍ତି ସେଠାରେ ଅଳ୍ପ ସମୟରେ ଶହେ ଉପରେ ଲୋକ ଜମାହୋଇ ଯାଉଥାନ୍ତି। ଚାଷୀଜଣଙ୍କ ଗ୍ରାମାଞ୍ଚଳରୁ ଆସିଥିଲେ ମଧ୍ୟ ସେ ଯେତେ ପରିମାଣରେ ଭୁବନେଶ୍ୱରରେ ରାଜ୍ୟ ଶାସନ କିପରି ଚାଲଛି ଓ କେଉଁ ବିଭାଗରେ କିପରି ପି.ସି ଓ ଅନ୍ୟାନ୍ୟ ଦୁର୍ନୀତି ଚାଲିଛି ତାର ଲମ୍ବା ତାଲିକା ଦେଇ ଚାଲିଥାନ୍ତି ଯିଏ ଦିନେ ଚାଷ ବା ଫସଲ ବୋଲି କାହାକୁ କହନ୍ତି ଜାଣିନାହିଁ ସେ ଆଜି ରାଜ୍ୟର କୃଷିମନ୍ତ୍ରୀ ବହୁ ସଂଖ୍ୟାରେ ଅନଭିଜ୍ଞ ଓ କୃତଘ୍ନ ଅବିବେକି କୁହାମୁଣ୍ଡା ରାଜାକୁ ପାଳଚୁଣ୍ଟାଦିଆ ମନ୍ତ୍ରୀଙ୍କୁ ନେଇ ଶାସନ ଚାଲିଛି।ଏମାନଙ୍କ ମନରେ ଏପରି ଧାରଣା ହେଲାଣି ଯେ, ଅନେକ ଲୋକପ୍ରତିନିଧି ଅଛନ୍ତି ସେମାନେ ଇଂରାଜୀ ଜାଣନ୍ତି ନାହିଁ ଉପରିସ୍ଥ ହାକୀମ ବା ବାଭାଗୀୟ ସଚିବ ହିଁ ବିଭିନ୍ନ ବିଭାଗର ମାଲିକ, ଲୋକପ୍ରତିନିଧି ସରକାର ନୁହନ୍ତି।ଚାରିଆଡେ ପ୍ରଚାର ଯେ ଆମ ରାଜ୍ୟ ଶାସନଟା ଅଣ ଓଡିଆଙ୍କ କଥାରେ ଚାଲିଛି ଏ ପ୍ରକାର ମନୋଭାବକୁ ଲୋକଙ୍କ ମନରୁ ଦୂର କରିବା ପାଇଁ ସେପରି କିଛି ଆଖିଦୃଶିଆ କାର୍ଯ୍ୟ କି କାର୍ଯ୍ୟାନୁଷ୍ଠାନ ଟିକା, ଟିପପ୍ ଣୀ ମଧ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇନାହିଁ ଲୋକଙ୍କର ସବୁଠାରୁ ବେଶି ରାଗ ହେଉଛି ସରକାରୀ ଦଳର ମୁଖପାତ୍ରଙ୍କ ଉପରେ, ଏମାନେ ଘଟଣାର ପ୍ରକୃତ ସତ୍ୟାସତ୍ୟ କୁ ନଯାଇ ଦଳକୁ ଶୁହାଇଲା ଭଳି ମନ୍ତବ୍ୟ ଦିଅନ୍ତି।ଲୋକେ ଟିଭିରେ ପ୍ରଚାରିତ ହେଉଥିବା ଦିନର ତାରିଖ ସମୟ ଓ ଘଟଣାକୁ ମନେ ପକାଇ ବହୁ କଥା ବଖାଣୁଛନ୍ତି ଯଥା ଦୀର୍ଘଦୀନ ହେଲା ଗ୍ରାମକୁ ବିଜୁଳି ଦେବାପାଇଁ ଲାଇନ ଟଣା ହୋଇଛି ଲାଇନ ଦିଆ ହୋଇନି କେଉଁଠି ପାନୀୟଜଳ ପ୍ରକଳ୍ପ ସରିଛି ବିଜୁଳି ସଂଯୋଗ ନାହିଁ ତେଣୁ ପାନୀୟଜଳ ନାହିଁ ଲୋକେ ଚାଲିଚାଲି ୫/୧୦ କିଲୋମିଟର ଗରା, ବାଲଟି ଧରି ପାଣିଆଣିବାକୁ ଯାଉଛନ୍ତି ଲିଫ୍ ଟ ଇରିଗେସନ ପଏଣ୍ଟ ଅଛି ବିଜୁଳି ତାର ଟଣାହୋଇଛି କରେଣ୍ଟ ନ ଆସିବାରୁ ଶହଶହ ଏକର ଚାଷ ଜଳିଯାଉଛି ଗାଁରେ ରାସ୍ତା ନଥିବାରୁ ନାଳ ପୋଖରୀ ନଇ ନାଳରେ ପୋଲ ଖଣ୍ଡେ ନ ଥିବାରୁ ତାର ବା ଦଉଡିକୁ ଧରି ଓଦା ହୋଇ ନଳା ପାରି ହୋଇ ବିଦ୍ୟାଳୟ ଓ ଚିକିତ୍ସା କନ୍ଦ୍ରକୁ ଯାଉଛନ୍ତି ଅନେକ ଗ୍ରାମ ଓ ଗ୍ରାମାଞ୍ଚଳରେ ସ୍ୱାଧୀନତା ପ୍ରାପ୍ତିର ଦୀର୍ଘବର୍ଷ ପରେ ମଧ୍ୟ ରାସ୍ତା ଖଣ୍ଡେ ନାହିଁ ଲୋକେ ଦୋଳାରେ ପ୍ରସୂତି ରୋଗୀଙ୍କୁ ନେଇ ଯାଉଛନ୍ତି ବାଟରେ ସେ ପ୍ରସୂତିର ମୃତ୍ୟୁ, ଉଭୟ ମା ଓ ନବଜାତକର ଅକାଳ ମୃତ୍ୟୁ ଏସବୁକୁ ଟିଭିରୁ ଦେଖି ଭିଡିଓରେ ଡାଉନଲୋଡ କରି ଦେଖାଇ ଘଟଣା ବଖାଣୁଛନ୍ତି ଏହା ଅଧିକ ଲୋକ ଓ ଯୁବକଙ୍କ ଗାଁ ଗହଳରେ ଆକର୍ଷିତ କରାଯାଉଛି। ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ, ଖାରବେଳଙ୍କୁ ସଭାରେ ମାଡର ଘଟଣାକୁ ଭାଇରାଲ କରି ଦାମ ବାବୁଙ୍କ ଡାଇଲଗ ଓ ଭାଷଣ ଯେପରି ବାଇରାଲ ହୋଇ ପ୍ରଚାର ଏବଂ ନଗଦା ନଗଦି ଦାରୁବ୍ରହ୍ମ ବିଭ୍ରାଟ ଓ ଦାରୁରେ ଫିକ୍ସିଂ, ଦାରୁ ଚିହ୍ନଟ ବନଜାଗରେ ଯାଇଥିବା ଦଇତାଙ୍କ ସହ ମନ୍ତ୍ରୀ ଶୟନ କରିଥିବା ଦୃଶ୍ୟ ବିଭିନ୍ନ ଲୋକପ୍ରତିନିଧି ଉଭୟ ପାର୍ଲ୍ୟାମେଣ୍ଟ ଓ ବିଧାନ ସଭା ସଦସ୍ୟ କିଏ କେତେ ପ୍ରଶ୍ନ ଓ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଓ ନିର୍ବାଚନ ମଣ୍ଡଳୀ ଉପରେ ଆଲୋଚନା କରିଛି ତାର ତଥାବଳୀ ବୀବରଣୀର ପ୍ରଚାର ପୁସ୍ତିକା ପାମ୍ପଲେଟ ବଣ୍ଟା ଆରମ୍ଭ ହେଲାଣି ସ୍ମାଟସିଟି କଟକ ଭୁବନେଶ୍ୱର ବ୍ରହ୍ମପୁରର ବନ୍ୟା, ତିତିଲି ବେଳର ଭିଡିଓ ବିଭିନ୍ନ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଭିଡିଓ ବୀବରଣୀ, ମୁଖ୍ୟମନ୍ତ୍ରୀ କାଗଜ ଦେଖି ଓଡିଆ ଭାଷଣ ଆଦି ଭାଇରାଲ କରି ତାକୁ ଦେଖାଇ ଯେପରି ଆଲୋଚନା ବିତର୍କ ଚାଲିଛି ତାକୁ ଦେଖିଲେ ଜଣାପଡିବ ୨୦୧୯ରେ ନିର୍ବାଚନରେ ଶାସକ ବିଜେଡି ପୂର୍ବର ତାର ରେକର୍ଡକୁ ସହଜରେ ଟପି ପାରିବନି ଅର୍ଥାତ ହୁଏତ ଶାସନକୁ ବିଜେଡି ଆସିଯାଇ ପାରେ କିନ୍ତୁ ବଡ ଟକ୍କର ହେବ। କଂଗ୍ରେସରେ ଯେତେ ଦଳୀୟ ବିଶୃଙ୍ଖଳା ଦେଖାଦେଲେ ମଧ୍ୟ କଂଗ୍ରେସର ଆସନ୍ତା ନିର୍ବାଚନରେ ପଲା ଭାରି ରହିବ ଏଥିରେ ସନ୍ଦେହ ନାହିଁ ଏପରି ନାନା ପ୍ରକାରର କଥା ଚାରିଆଡେ ଲୋକଙ୍କ ମଧ୍ୟରେ ଆଲୋଚନା।ଆସନ୍ତା ନିର୍ବାଚନରେ ରାଜ୍ୟରେ ଚାଷୀ ଓ କୃଷକ ପରିବାର ଅଂଶଗ୍ରହଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ଏ ହେଲା ଗ୍ରାମାଞ୍ଚଳ ଓ ସହରାଞ୍ଚଳର କେତକ ଜନଗହଳି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆଲୋଚନାର ସାମାନ୍ୟ କଥପୋକଥନ।
ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮