Odiapua.com

ନଖରେ ନଥିଲା ନେଲ ପଲିସ:ନିର୍ବନ୍ଧ ସମୟର କେବଳ ଫଟୋ ପାଇଁ…

ମେଲବର୍ଣ୍ଣ;୦୫,ନଭେମ୍ବର:ଫଟୋଟିରେ ଯାହା ଦେଖାଯାଉଛି,ବାସ୍ତବରେ ଠିକ୍ ସେୟା ନୁହେଁ।ଫଟୋଟିରେ ଦେଖାଯାଉଥିବା ଅନୁଯାୟୀ,ଜଣେ ଯୁବକ ଏବଂ ଯୁବତୀ ପରଷ୍ପରକୁ ଚୁମ୍ବନ କରୁଛନ୍ତି।ଯୁବକ ଜଣଙ୍କ ହାତରେ ଏକ ଫୁଲ ତୋଡ଼ା ଏବଂ ଯୁବତୀଙ୍କ ଆଙ୍ଗୁଠିରେ ଏକ ମୁଦି ।ଉଭୟଙ୍କର ନିର୍ବନ୍ଧ ହୋଇଛି।ଏହି ସମୟରେ ଫଟୋଟି ଉଠାଯାଇଛି।

ବାସ୍ତବରେ ଯାହା ଦେଖାଯାଉଛି,ତାହା ନୁହେଁ।ସବୁ କଥା ଠିକ୍।କିନ୍ତୁ ଫଟୋଟିରେ ଦେଖାଯାଉଥିବା ଅନୁଯାୟୀ ଗୋଟିଏ କଥା ଠିକ୍ ନାହିଁ।ହାତଟି ନିର୍ବନ୍ଧ କରୁଥିବା ଯୁବତୀଙ୍କର ନୁହେଁ।ବରଂ ତାଙ୍କର ଜଣେ ସଂପର୍କୀୟାଙ୍କର ସେ ହାତ।

ବାସ୍ତବରେ ନିର୍ବନ୍ଧ ସମୟରେ ଯୁବତୀ ଜଣଙ୍କ ଆଙ୍ଗୁଠିରେ ନେଲ ପଲିସ ଲଗାଇ ନଥିଲେ।କିନ୍ତୁ ନିର୍ବନ୍ଧ ମୁଦି ପିନ୍ଧିବାର ଥିଲା ଏବଂ ଫଟୋ ବି ଉଠାଇବାର ଥିଲା।ବିନା ନେଲ ପଲିସରେ ଫଟୋରେ ଆଙ୍ଗୁଠି ଭଲ ଦେଖାଯିବନି।ତେଣୁ ଯୁବତୀ ଜଣଙ୍କ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇ ସେହି ଆଙ୍ଗଲରେ ଫଟୋ ଉଠାଇଥିଲେ।କିନ୍ତୁ ଅଲଗା ଆଙ୍ଗଲରୁ ଉଠିଥିବା ଫଟୋ ଘଟଣାର ସତ୍ୟତା କହୁଛି।ଘଟଣାଟି ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଅଞ୍ଚଳର।ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି/ଦେବଦତ୍ତ