Odiapua.com

ବିଶ୍ୱକପ୍ ୨୦୧୯ : ବିଜୟ ଶଙ୍କର ବିଶ୍ଵ କପରୁ ଆଉଟ୍, ମାୟଙ୍କ ଅଗ୍ରୱାଲ୍ ଙ୍କୁ ମିଳିପାରେ ସ୍ଥାନ

ବିଜୟ ଶଙ୍କରଙ୍କର ଜାଗାରେ ଇଲଣ୍ଡ ବିରୁଦ୍ଧରେ ଋଷଭ ପନ୍ତ କୁ ପ୍ଲେଇଙ୍ଗ ଇଲେଭେନ ରେ ସାମିଲ କରାଯାଇଥିଲା। ଟିମ ମ୍ୟାନେଜମେଣ୍ଟ ତାଙ୍କ ଜାଗାରେ ମାୟଙ୍କ ଅଗ୍ରୱାଲ୍ କୁ ଇଲଣ୍ଡ ଡାକିପାରନ୍ତି।

ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ଵ କପରୁ ବାହର ହୋଇଛନ୍ତି। ଗୋଡ଼ରେ ଚୋଟ ଲାଗିବାରୁ ବିଜୟଙ୍କୁ ରବିବାରଦିନ ଇଲଣ୍ଡ ବିରୁଦ୍ଧରେ ପ୍ଲେଇଙ୍ଗ ଇଲେଭେନରେ ଭାଗ ନେଇପାରିଲେ ନାହିଁ। ସୋମବାରଦିନ ଘୋଷଣା ହେଲା କି ସେ ବିଶ୍ଵ କପର ବାକୀ ଥିବା ମ୍ୟାଚରେ ମଧ୍ୟ ଖେଳି ପାରିବେ ନାହିଁ। ବିଜୟଙ୍କ ଜାଗାରେ ମାୟଙ୍କ ଅଗ୍ରୱାଲ୍ ଙ୍କୁ ଟିମରେ ସାମିଲ କରାଯାଇପାରେ।

କର୍ଣ୍ଣାଟକର ଓପନିଂ ବ୍ୟାଟ୍ସମ୍ୟାନ୍ ମାୟଙ୍କ ଅଗ୍ରୱାଲ୍ ଗତ ବର୍ଷ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ, କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୱାନଡେ ଟିମରେ ଡେବ୍ୟୁ କରି ପାରି ନାହାଁନ୍ତି। ବିସିସିଆଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଜସପ୍ରୀତ ବୁମରାହଙ୍କର ବଲ୍ ରେ ବିଜୟ ଶଙ୍କରଙ୍କୁ ଚୋଟ ଲାଗିଥିଲା। ବର୍ତ୍ତମାନ ତାଙ୍କ ସ୍ଥିତି ବହୁତ ଭଲ ନାହିଁ ଏବଂ ସେ ବିଶ୍ଵ କପର ବାକି ବଚେ ମ୍ୟାଚରେ ଖେଳି ପାରିବେ ନାହିଁ। ସେ ସ୍ଵଦେଶ ଫେରି ଆସିବେ।’