Odiapua.com

ଭିଜିଲାନ୍ସ ସ୍କାନରରେ ବନ ବିଭାଗ ଡି.ଏଫ.ଓ. ଏବଂ ଦୁଇ ରେଞ୍ଜର

ବ୍ରହ୍ମପୁର: ୧୯/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଆଜି ବ୍ରହ୍ମପୁର ଡି.ଏଫ. ଓ. ଶ୍ରୀ ଆଶିଷ କୁମାର ବେହେରାଙ୍କ ଅଫିସ, ଘର, ପିତୃକ ଘର, ସମେତ ଦିଗପହଣ୍ଡି ରେଞ୍ଜର, ଖଲ୍ଲିକୋଟ ରେଞ୍ଜରଙ୍କ କାର୍ଯ୍ୟାଳୟ ଓ ଘର ଇତ୍ୟାଦିରେ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତି ଠୁଳ ସମେତ ଅନ୍ୟ କେତେକ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଭିଜିଲାନ୍ସ ର କଟକ ସେଲ ଦ୍ୱାରା ଏହି ଚଢ଼ାଉ, ଘର, ଅଫିସ ଠାରେ ତଲାସୀ ଓ ଯାଞ୍ଚ କରାଯାଉଛି।

ଶ୍ରୀ ବେହେରାଙ୍କ ଅଫିସ, ଘର, ବ୍ରହ୍ମପୁର ଆମ୍ବପୁଆ ଠାରେ ଥିବା ଶ୍ୱଶୁର ଘର, ଭଞ୍ଜନଗର ଲଣ୍ଡେଇ ସାହିରେ ଥିବା ପିତୃକ ଘର ଠାରେ ତଲାସୀ ଚାଲିଛି।

ଦିଗପହଣ୍ଡି ରେଞ୍ଜର ଶ୍ରୀ ପରମାନନ୍ଦ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟ, ବାସଘର, ବ୍ରହ୍ମପୁର ଠାରେ ଥିବା ଜୟଶ୍ରୀ ଏନକଲେଭ ର ଫ୍ଲାଟରେ ଚଢ଼ାଉ ହୋଇଛି।

ଖଲ୍ଲିକୋଟ ରେଞ୍ଜର ଶ୍ରୀ ଦିଲ୍ଲୀପ କୁମାର ମାର୍ଥା ଙ୍କର ବାସଘର, ଖଲ୍ଲିକୋଟ ଅଫିସ ଇତ୍ୟାଦି ୯ ଟି ସ୍ଥାନରେ ଚଢ଼ାଉ ଚାଲିଛି।

ବ୍ରହ୍ମପୁର ଠାରେ ପୂର୍ବରୁ ଡି. ଏଫ.ଓ. ଥିବା ଶ୍ରୀ ସନ୍ତୋଷ ମିଶ୍ର ମଧ୍ୟ ଭିଜିଲାନ୍ସ ଚଢ଼ାଉର ସମ୍ମୁଖୀନ ହୋଇଥିଲେ ଏବଂ ଆୟ ବହିର୍ଭୁତ ସମ୍ପତି ଠାବ କରାଯାଇଥିଲା।

ଦିଗପହଣ୍ଡି ଠାରେ ଅବସ୍ଥାପିତ ଜଣେ ମହିଳା ବନରକ୍ଷୀ ଦିଗପହଣ୍ଡି ରେଞ୍ଜର ଶ୍ରୀ ପାଣିଗ୍ରାହୀ ଓ ବ୍ରହ୍ମପୁର ଡି.ଏଫ.ଓ.ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଜିଲ୍ଲାପାଳଙ୍କ ଠାରେ କରିଥିବା ନେଇ ମଧ୍ୟ ତଦନ୍ତ ଚାଲିଛି।