Odiapua.com

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ ୨୯-୯ (ଓଡ଼ିଆ ପୁଅ) : ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କର କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ଆଜି ସନ୍ଧ୍ୟାରେ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ୭୧ ବର୍ଷିୟ, ଉପରାଷ୍ଟ୍ରପତି ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି, ସ୍ୱାସ୍ଥ୍ୟବସ୍ଥା ଠିକ ଅଛି। ତାଙ୍କ ପାଖରେ କୋରନାର ଲକ୍ଷଣ ନାହିଁ।

ରାଜ୍ୟସଭାର ଅଧ୍ୟକ୍ଷ ଶ୍ରୀ ନାଇଡୁ ନିକଟରେ ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେଇଥିଲେ, ୨୫ ରୁ ଅଧିକ ସଦସ୍ୟ ଏହି ଭୂତାଣୁରେ ପଜିଟିଭ୍ ଆସିଥିଲେ।