Odiapua.com

ରଥଯାତ୍ରା ଉପଲକ୍ଷେ ଜନସାଧାରଣଙ୍କୁ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ପବିତ୍ର ରଥଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଇଥାଏ ଏବଂ ଓଡ଼ିଶାର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଆଶୀଷ ଏବଂ ଦିବ୍ୟତ୍ୱକୁ ଅନୁଭବ କରିବା ଲାଗି ସମଗ୍ର ଜନସମାଜ ଏକତ୍ରିତ ହୋଇଥାନ୍ତି। ରଥଯାତ୍ରା ସହିତ ଜଡ଼ିତ ପବିତ୍ର ଏବଂ ମହାନ ଆଦର୍ଶ ଆମ ଜୀବନରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଆଣୁ ବୋଲି ସେ ଉଲ୍ଲେଖ କରିଛନ୍ତି।

ଉପରାଷ୍ଟ୍ରପତିଙ୍କ ବାର୍ତ୍ତା
“ରଥଯାତ୍ରାର ଆନନ୍ଦପୂର୍ଣ୍ଣ ଅବସରରେ ମୁଁ ଆମ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରୁଛି।

ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚିତ ହେଉଥିବା ପ୍ରଭୁ ଜଗନ୍ନାଥଙ୍କୁ ସାରା ଦେଶରେ ପୂଜା କରାଯାଇଥାଏ। ଓଡ଼ିଶାର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ବାର୍ଷିକ ଯାତ୍ରାରେ ବାହାରିଥାନ୍ତିଞ୍ଜ। ଏଥିରେ ପ୍ରଭୁ ଜଗନ୍ନାଥଙ୍କ ଆଶୀଷ ଏବଂ ଦିବ୍ୟତ୍ୱକୁ ଅନୁଭବ କରିବା ଲାଗି ସମଗ୍ର ଜନସମାଜ ଏକତ୍ରିତ ହୋଇଥାନ୍ତି। ରଥଯାତ୍ରାର ବୈଭବ ଏବଂ ଭବ୍ୟତା ବାସ୍ତବରେ ଅତୁଳନୀୟ।

ରଥଯାତ୍ରା ସହିତ ଜଡ଼ିତ ପବିତ୍ର ଏବଂ ମହାନ ଆଦର୍ଶ ଆମ ଜୀବନରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଆଣୁ।”