Odiapua.com

ଭାରତ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳିତ: ପଦଯାତ୍ରା, ଭାରତମାତା ପୂଜନ ..

ଭୁବନେଶ୍ୱର/ଭଦ୍ରକ: ୧୯୪୭ ମସିହା ଅଗଷ୍ଟ ୧୪ ଓ ୧୫ ତାରିଖ ମଧ୍ୟ ରାତ୍ରୀରେ ଭାରତମାତାର ବିଭାଜନ କରି ଦିଆଯାଇଥିଲା। ଭାରତ ମାତାର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଦିଆଯାଇଥିଲା। ସେହି କାଳରାତ୍ରୀରେ ଯାହା ହେଲା ତାହା ଦେଶ ପ୍ରତି ଚରମ ବିଶ୍ୱାସ ଘାତକତା ଥିଲା। ଭାରତକୁ ସ୍ୱାଧୀନ କରିବାକୁ ପ୍ରାଣ ବଳି ଦେଇଥିବା ସହିଦ ମାନଙ୍କର ସ୍ୱପ୍ନ ମାଟିରେ ମିଶି ଯାଇଥିଲା। ମଠ, ମନ୍ଦିର, ତୀର୍ଥସ୍ଥାନ ଆଦି ନଷ୍ଟ, ଅପବିତ୍ରକିମ୍ବା ଧ୍ୱଂସ କରି ଦିଆଗଲା। ବିଭାଜନ ସମୟରେ ଯେଉଁ ନରସଂହାର ହେଲା ସେଥିରେ ଲକ୍ଷ ଲକ୍ଷ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଲେ। ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖକୁ ବିଜେପି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରୁଛି। ଦେଶ ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ବଳିଦାନ ଦେଇଥିବା ଭାଇଭଉଣୀଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଏହା ପାଳନ କରାଯାଉଛି।ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ ହୋଇଯାଇଛି। ଏହା ସହ ‘ଅଖଣ୍ଡ ଭାରତ – ଅଜୟ ଭାରତ’ ପରିକଳ୍ପନା ରଖି ଭାରତମାତା ପୂଜନ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରସ୍ୱତୀ ସେନାପତି, ମହିଳା ମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ଚୈତାଳି ଖିଲାର, ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର, ଋକ୍ମିଣୀ ଘଡ଼େଇ ଏବଂ ରାଧାରାଣୀ ପାଣିଗ୍ରାହୀ ପ୍ରମୂଖ ସାମିଲ୍ ଥିଲେ। ଏହା ସହ ଭଦ୍ରକ ବିଜେପି ପକ୍ଷରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ଏକ ପଦଯାତ୍ରା ମଧ୍ୟ ଆୟୋଜିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା: ପ୍ରଦୀପ କୁମାର ନାୟକ, ବଦ୍ରୀ ନାରାୟଣ ଧଳ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୂଖ ଯୋଗ ଦେଇଥିଲେ।