Odiapua.com

ରାମ ମନ୍ଦିର ଦାବିରେ ବ୍ରହ୍ମପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ

ବ୍ରହ୍ମପୁର:ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ସ୍ଥଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦାବିରେ ବ୍ରହ୍ମପୁର ଖଜୁରୀଆ ସ୍ଥିତ ଶ୍ରୀ ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ନିକଟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗଞ୍ଜାମ ସମେତ କନ୍ଧମାଳ, ଘୁମୁସର ଏବଂ ଗଜପତି ଜିଲ୍ଲାର ସାଧୁସନ୍ଥ ତଥା ଜାତି ମୁଖିଆ ଏବଂ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସମ୍ପାଦକ ଧର୍ମ ନାରାୟଣ ଶର୍ମା ଯୋଗ ଦେଇ କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଆଇନ ଆଣିବା ପାଇଁ ଦାବି କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭିଏଚପିର ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୁଖ ମହେଶ କୁମାର ସାହୁ,ପ୍ରାନ୍ତ ସଂପାଦକ ପ୍ରଶାନ୍ତ ପଣ୍ଡା,ସହ ସଂପାଦକ ପ୍ରିୟନାଥ ଶର୍ମା,ଗଞ୍ଜାମ ଜିଲ୍ଲା ସଭାପତି ଅଶୋକ କୁମାର ପାଳ,କାର୍ଯ୍ୟକାରୀ ସଭାପତି ଭବାନୀ ଶଙ୍କର ଦାଶ,ସଂପାଦକ ଅରୁଣ କୁମାର ପାଢୀ,ବିଭାଗ ସଂପାଦକ ରମାକାନ୍ତ ରଥ,ବଜରଙ୍ଗ ଦଳ ସଂଯୋଜକ ଗୌତ୍ତମ ମହାରଣା,ବିଭାଗ ପ୍ରଚାରକ ସାନ୍ତୁନ ମାଝୀ,ସହ ପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ,ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ତନ୍ମୟ ମହାପାତ୍ର,ବଜରଙ୍ଗ ଦଳ ବିଭାଗ ପ୍ରମୁଖ ଅମ୍ବିକା ପ୍ରସାଦ ଦାଶ ଆଦିଙ୍କ ବ୍ୟତୀତ ଗାୟତ୍ରୀ ପରିବାର ପ୍ରମୁଖ ପ୍ରଫୁଲ ଚନ୍ଦ୍ର ଦାସ, ଶିଖ ଧର୍ମ ଧର୍ମ ଗ୍ରନ୍ଥି ଜ୍ଞାନୀ ବଲଜିତ ସିଂ,ବୌଦ୍ଧ ଧର୍ମ ଲାମା ଅମୃତ ପରିବାରର ସୁଦୟା ଆବା,ସ୍ୱାମୀ ଭାଷ୍କର ତୀର୍ଥ,ସ୍ୱାମୀ ସତ୍ୟନନ୍ଦ ବ୍ରହ୍ମଚାରୀ,ମହନ୍ତ ହରିହର ଦାସ,ଯୋଗିରାଜ ସିଂ,ରାମାନନ୍ଦ ଦାସ ମହାରାଜ,ଦିବ୍ୟ ଜୀବନ ସଂଘ ସ୍ୱାମୀ ଭୂମାନନ୍ଦ ଗିରୀ,ମହିମା ଧର୍ମ ସାଧୁ ଧ୍ରୁବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।/ଦେବଦତ୍ତ