Odiapua.com

ଭେଟେରାନ ଅଭିନେତା ସୋମିତ୍ର ଚାଟାର୍ଜୀଙ୍କ କୋଲକାତାରେ ଦେହାନ୍ତ

ନୂଆଦିଲ୍ଲୀ ୧୫-୧୧ (ଓଡ଼ିଆ ପୁଅ) : ଆଇକନିକ୍ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ରବିବାର କୋଲକାତାରେ ଦେହାନ୍ତ ହୋଇଛି। ସେ ଆଜି ବେଲା ଭ୍ୟୁ କ୍ଲିନିକରେ ୧୨: ୧୫ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୮୫ ବର୍ଷୀୟ ଦାଦାସାହେବ ଫାଲକେ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ପ୍ରାୟ ୪୦ ଦିନ ଧରି କୋଲକାତାର ବେଲେ ଭ୍ୟୁ କ୍ଲିନିକ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଭର୍ତ୍ତି ହୋଇଥିଲେ। ଅକ୍ଟୋବର ୬ ତାରିଖରେ କରୋନାଭାଇରସ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଗତ କିଛିଦିନ ତଳେ ଭେଟେରାନ୍ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହେଉଛି ବୋଲି ଡାକ୍ତରମାନେ କହିଥିଲେ। ଚିକିତ୍ସାର ରେସପନ୍ସ କରିପାରୁନଥିଲେ। ଅବଶ୍ୟ, ତାଙ୍କର COVID ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ COVID ICU ରୁ ଅଣ- COVID ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ପୁନଃ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ କହିଥିଲେ ଯେ ତାଙ୍କର ସ୍ନାୟୁଗତ ଅବସ୍ଥା ବିଗିଡି ଯାଉଛି ଏବଂ ବୁଝିବାର ଶକ୍ତି ଯଥେଷ୍ଟ ହ୍ରାସ ପାଇଛି।
ପଦ୍ମ ଭୂଷଣ ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାର, ଜାତୀୟ ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ, ଚାଟାର୍ଜୀ ସେପ୍ଟେମ୍ବରର ଶେଷ ସପ୍ତାହରେ ଏକ ସିରିଜର ସୁଟିଂ ଶେଷ କରିଥିଲେ ଏବଂ ପାରମବ୍ରହ୍ମ ଚଟ୍ଟୋପାଧ୍ୟାୟଙ୍କ ଫିଲ୍ମ ଅଭିଜ୍ଞାନର ସୁଟିଂ ମଧ୍ୟ କରିଥିଲେ। ଏହା ବ୍ୟତୀତ ସେ ତାଙ୍କ ବାୟୋପିକ୍ ଏବଂ ଡକ୍ୟୁମେଣ୍ଟାରୀରେ ମଧ୍ୟ କାମ କରୁଥିଲେ।

୨୦୧୮ ରେ ଫ୍ରାନ୍ସ ସରକାରଙ୍କ ଦ୍ୱାରା ଲେଜିନ୍ ଅଫ୍ ଅନର ପୁରସ୍କାର ପାଇଥିବା ସୌମିତ୍ର ଚାଟାର୍ଜୀ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା। ଏହା ଫ୍ରାନ୍ସ ସରକାରଙ୍କ ସର୍ବବୃହତ ନାଗରିକ ପୁରସ୍କାର।