Odiapua.com

ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ରେଜଲ୍ଟ ପ୍ରକାଶ

ସମ୍ବଲପୁର ୩୧-୭ (ଓଡ଼ିଆ ପୁଅ) ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲା ଏହାର ବି ଟେକ୍ ଏବଂ ବି ଆର୍ ଫାଇନାଲ ସେମିଷ୍ଟାର ଅନଲାଇନ୍ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଅନଲାଇନ୍ ମୋଡ୍ ରେ ଏହାର UG & PG ପାଠ୍ୟକ୍ରମର ସମସ୍ତ ଅନ୍ତିମ ସେମିଷ୍ଟାର ପରୀକ୍ଷା ସମାପ୍ତ କରିବା ଏବଂ ରେକର୍ଡ ସମୟରେ ଫଳାଫଳ ଘୋଷଣା କରିବାରେ ହେଉଛି ଓଡିଶାର ଏହା ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ।