Odiapua.com

୧୨ ତାରିଖରୁ ଝାରସୁଗୁଡା ବିମାନ ବନ୍ଦରରୁ ମୁମ୍ବାଇ ଏବଂ ବାଙ୍ଗାଲୋରକୁ ଉଡ଼ିବ ବିମାନ – ଜାଣନ୍ତୁ ସମୟ ଏବଂ ବିମାନ ଭଡ଼ା

ଝାରସୁଗୁଡା ୨-୧ (ଓଡ଼ିଆ ପୁଅ) : ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ବିଶେଷ କରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ। ଝାରସୁଗୁଡା ବିମାନ ବନ୍ଦରରୁ ଆସନ୍ତା ୧୨ ତାରିଖରୁ ମୁମ୍ବାଇକୁ ଏବଂ ବାଙ୍ଗାଲୋରକୁ ଆରମ୍ଭ ହେବ ବିମାନ ସେବା। ଏହି ସେବା ଯୋଗାଇଦେବ ସ୍ପାଇସ ଜେଟ୍‌। ଏଥି ପାଇଁ ବୁକିଂ ଆରମ୍ଭ ହୋଇଛି। ଏହି ବିମାନ ଆସନ୍ତା ୧୨ ତାରିଖ ସଂଧ୍ୟା ୬ଟା ୧୦ ମି ରୁ ବାହାରି ରାତ୍ରୀ ୮ ଟା ୨୫ ମି ରେ ମୁମ୍ବାଇ ରେ ପହଁଚିବ। ଏଥିପାଇଁ ଭଡ଼ା ରହିଛି ୪୩୮୯ ଟଙ୍କା। ସେହିପରି ମୁମ୍ବାଇରୁ ପୂର୍ବାହ୍ନ ୧୦ଟା ୩୦ମିରେ ବାହାରି ଅପରାହ୍ନ ୧୨ ଟା ୩୦ ମିନିଟରେ ପହଁଚିବ। ଏହାର ଭଡ଼ା ରହିଛି ୪୧୧୩ ଟଙ୍କା।

ଅପର ପକ୍ଷରେ ଠାରସୁଗୁଡ଼ାରୁ ମୁମ୍ବାଇ ପାଇଁ ଅପରାହ୍ନ ୧ ଟା ସମୟରେ ଉଡ଼ାଣ ଭରି ୩ ଟା ୧୦ ରେ ବେଙ୍ଗାଲୁରୁରେ ପହଁଚିବ ଏବଂ ଏଥିପାଇଁ ଭଡ଼ା ହେଉଛି ୪୫୭୦ ଟଙ୍କା। ସେହିପରି ବେଙ୍ଗାଲୁରୁରୁ ଝାରସୁଗୁଡ଼ା ପାଇଁ ବିମାନ ୧୫:୪୫ ରୁ ବାହାରି ୧୭:୪୦ ରେ ଠାରସୁଗୁଡ଼ାରେ ପହଁଚିବ। ଏଥିପାଇଁ ୧ ଘଣ୍ଟା ୫୫ ମି ସମୟ ଲାଗିବ। ଏହାର ଭଡ଼ା ହେଉଛି ୪, ୩୩୬ ଟଙ୍କା। ଏହି ଭଡ଼ା ୧୨ ତାରିଖ ପାଇଁ ସ୍ପାଇସ୍ ଜେଟ ବୁକିଂ ବର୍ତ୍ତମାନର ଅନୁଯାୟୀ ଏହା ପରିବର୍ତ୍ତିତ ହୋଇପାରେ ତାରିଖ ଅନୁଯାୟୀ। ତେବେ

ଏହାଦ୍ୱାରା ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ। ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଟୁଇଟ କରି ଜଣାଇଛନ୍ତି ଉଷା ପାଢ଼ୀ। ଉଷା ପାଢ଼ୀ ଅଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ।