Odiapua.com

କମଲ ହାସନଙ୍କୁ ହରାଇଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

କୋଏମ୍ବାଟୁର: ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଏମ୍ବାଟୁର ସାଉଥରେ ଏକ ତିନିପାଖିଆ ଲଢ଼େଇରେ ବିଜେପି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନାଥୀ ଶ୍ରୀନିବାସନ୍ ବିଜୟୀ ହୋଇଛନ୍ତି। ଭାନାଥୀ ଶ୍ରୀନିବାସନ୍ କମଲ ହାସନଙ୍କ ଠାରୁ ୧୫୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ମକ୍କାଲ ନିଧି ମାୟାମ (ଏମ୍ଏନ୍ଏମ୍)ର କମଲ ହାସନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସର ମୟୂର ଜୟକୁମାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତାମିଲନାଡୁର ଜଣେ ବିଧାୟକ ଭାବରେ ଏହା ଭାନାଥୀଙ୍କର ପ୍ରଥମ କାର୍ଯ୍ୟ ହେବ।
/@Dr