Odiapua.com

ଆଜିଠାରୁ ନୋଏଡାରେ ନାଇଟ୍‌ କର୍ଫ୍ୟୁ; ଏପ୍ରିଲ ୧୭ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ

ନୂଆଦିଲ୍ଲୀ, ଏପ୍ରିଲ ୦୮ (ଓଡ଼ିଆ ପୁଅ) : ନୋଏଡା ପ୍ରଶାସନ ୧୭ ତାରିଖ ପର୍ଯ୍ୟନ୍ତ ରାତି ୧୦ ଟା ରୁ ୫ ଟା ମଧ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛି। ତଥାପି ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଚଳାଇବାକୁ ଅନୁମତି ଦିଆଯିବ।

ସମ୍ପ୍ରତି କରୋନାଭାଇରସ୍ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ଗୌତମ ବୁଦ୍ଧ ନଗର ଜିଲ୍ଲାରେ ରାତ୍ରୀ ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏପ୍ରିଲ୍ ୧୭ ତାରିଖ ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ପ୍ରଶାସନ ଏକ ବିବୃତ୍ତିରେ ଏହି ନିର୍ଦ୍ଦେଶ ଜାରୀ କରାଯାଇଥିବା କହିଛି।

ମେଡିକାଲ, ପାରା ମେଡିକାଲ୍ ଏବଂ ନର୍ସିଂ ବ୍ୟତୀତ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ଏପ୍ରିଲ୍ ୧୭ ପର୍ଯ୍ୟନ୍ତ ଫିଜିକାଲ କ୍ଲାସ୍ କରିବାକୁ ବାରଣ କରାଯିବ। ତଥାପି, ପ୍ରାକ୍ଟିକାଲ୍ ସମେତ ସମସ୍ତ ପରୀକ୍ଷା କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ଏବଂ ଏହି ଆଦେଶରୁ ମୁକ୍ତ ହେବ।

ଗୌତମ ବୁଦ୍ଧ ନଗର ବୁଧବାର ଦିନ ୧୨୫ ଟି ନୂଆ କରୋନାଭାଇରସ୍ ମାମଲା ରେକର୍ଡ ପରେ ଜିଲ୍ଲାର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୬୯୭ କୁ ବୃଦ୍ଧି ପାଇଛି।