Odiapua.com

ମସୁଦ ଅଜହରକୁ ବ୍ଲାକ ଲିଷ୍ଟେଡ ପାଇଁ ୟୁଏନରେ ପ୍ରସ୍ତାବ ଦେଲେ ଆମେରିକା,ବ୍ରିଟେନ ଏବଂ ଫ୍ରାନ୍ସ

ନୂଆଦିଲ୍ଲୀ:ଭାରତକୁ ଏକ ବଡ଼ କୂଟନୈତିକ ବିଜୟ ଉପଲବ୍ଧ ହୋଇଛି।ଆମେରିକା,ବ୍ରିଟେନ ଏବଂ ଫ୍ରାନ୍ସ ଆତଙ୍କି ସଙ୍ଗଠନ ଜୈସ-ଏ-ମୋହମ୍ମଦ ପ୍ରମୁଖ ମସୁଦ ଅଜହର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଣିଛନ୍ତି।ଯଦି ଅଜହରକୁ ବ୍ଲାକ ଲିଷ୍ଟେଡ କରାଯାଏ,ତେବେ ତା’ର ଦୁନିଆ ସାରା ଭ୍ରମଣ କରିବା ଉପରେ ପ୍ରତିବନ୍ଧ ଲାଗିଯିବ।ଏବଂ ତା’ର ସମ୍ପତ୍ତି ଜବତ କରାଯାଇ ପାରିବ।ସୂଚନାଯୋଗ୍ୟ ଜୈସ-ଏ-ମୋହମ୍ମଦ ପୁଲବାମା ଆତଙ୍କି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।/ଦେବଦତ୍ତ