Odiapua.com

UPSC ସିଭିଲ ସର୍ଭିସେସ୍ ୨୦୧୯ ଅନ୍ତିମ ପରୀକ୍ଷା ଫଳ ପ୍ରକାଶିତ – ପ୍ରଦୀପ ସିଂ ଟପର, ଓଡ଼ିଶାରୁ କେଉଁମାନେ ଜାଣନ୍ତୁ

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC) ଏହାର ସରକାରୀ ୱେବସାଇଟରେ ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ର ଫଳାଫଳ ଘୋଷଣା କରିଛି।

ପରୀକ୍ଷାର୍ଥୀମାନେ UPSC ଅସ୍ଥାୟୀ ନିଯୁକ୍ତି ତାଲିକା ଡାଉନଲୋଡ୍ କରିପାରିବେ ଯେଉଁମାନେ ସିଭିଲ୍ ସର୍ଭିସ୍ ୨୦୧୯ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି upsc.gov.in

ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୧୯ ର ଲିଖିତ ପରୀକ୍ଷା ଏବଂ ପର୍ସନାଲିଟି ଟେଷ୍ଟ ଆଧାରରେ ଏହି ତାଲିକା ପ୍ରକାଶ ପାଇଛି।

ନିଯୁକ୍ତି ପାଇଁ ମୋଟ ୮୨୯ ଜଣ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି।

ପ୍ରଦୀପ ସିଂ ଶୀର୍ଷରେ ଥିବାବେଳେ ଯତୀନ୍ କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରତିଭା ବର୍ମା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ସେ ମହିଳାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ଦଶମ ସ୍ଥାନରେ ସଞ୍ଜୀତା ମହାପାତ୍ର ଅଛନ୍ତି। 

ସେହିପରି ଓଡ଼ିଶାର ଶୁଭମ ମିଶ୍ର ୮୫ତମ ସ୍ଥାନରେ ରହିଥିବା ବେଳେ, ୧୦୭ ରାଙ୍କରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅଛନ୍ତି ଅନୁପ ଦାସ। ୧୨୫ ରାଙ୍କ୍‌ରେ ଅଛନ୍ତି ନବଲ କୁମାର ଦାସ।୧୭୨ତମ ସ୍ଥାନରେ ମୟଙ୍କ ମିଶ୍ର, ୧୯୦ରେ ଶୈଳଜା ଦାସ, ୨୦୨ରେ ରାହୁଲ ମିଶ୍ର, ୨୨୫ରେ ହେମା ନାୟକ ଓ ୨୨୯ରେ ଆରୁଷି ମିଶ, ୨୯୧ରେ ଆଶିଷ ଦାସ, ୨୯୪ରେ ଅଙ୍କିତ ଶଙ୍କର ମିଶ୍ର, ୩୦୦ତମ ସ୍ଥାନରେ ସୋନାଲି ମିଶ୍ର, ୩୦୪ତମ ସ୍ଥାନରେ ବିଷ୍ଣୁ ଦାସ ଓ ୩୧୨ତମ ସ୍ଥାନରେ ଦିବ୍ୟ ମିଶ୍ର ରହିଛନ୍ତି। ୩୬୧ତମ ସ୍ଥାନରେ ଅର୍ଘ୍ୟ ପଟ୍ଟନାୟକ ଓ ୩୭୯ତମ ସ୍ଥାନରେ ଜୁବୀନ ମହାପାତ୍ର ରହିଛନ୍ତି। ୪୪୧ରେ  ସମୀର କୁମାର ଜେନା, ୫୬୭ରେ  ମାନସ ରଂଜନ ସାହୁ,  ୭୧୨ରେ  ଶିବମ ମିଶ୍ର, ୭୧୫ରେ  ଓମ୍ ପ୍ରସାଦ ମହାନ୍ତି ଓ  ୮୧୯ ରାଙ୍କରେ ଅଛନ୍ତି ବିଭୁତି ଭୂଷଣ ନାୟକ।

କୃତିତ୍ୱ ହାସଲ କରିଥିବା ଛାତଛାତ୍ରୀଙ୍କ ମଧ୍ୟରେ ଆଇଏଏସରେ ୧୮୦, ଆଇଏଫଏସରେ ୨୪ ଓ ଆଇପିଏସରେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ।

ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୭୮ ଜଣ ଓଡବ୍ଲୁସ୍‌, ୨୫୧ ଜଣ ଓବିସି, ୧୨୯ ଜଣ ଅନୁସୂଚିତ ଜାତି ଓ ୬୭ ଅନୁସୂଚିତ ଜନଜାତି ବର୍ଗର।