ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭, ୧୩୫ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହିପରି, ଏପର୍ଯ୍ୟନ୍ତ ସମୁଦାୟ ୧, ୫୪, ୩୨୯ କୋଭିଡ-୧୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ-୧୯ ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ ହାର ୪୯.୯୫%। ବର୍ତ୍ତମାନ କୋଭିଡ-୧୯ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧, ୪୫, ୭୭୯ ଏବଂ ସମସ୍ତେ ସକ୍ରିୟ ଡାକ୍ତରୀ ତତ୍ତ୍ୱାବଧାନରେ ଅଛନ୍ତି।
ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆର ପରୀକ୍ଷଣ କ୍ଷମତା କ୍ରମାଗତ ଭାବେ ବୃଦ୍ଧି ପାଇଛି। ସରକାରୀ ପରୀକ୍ଷାଗାର ସଂଖ୍ୟା ୬୪୨କୁ ଏବଂ ବେସରକାରୀ ପରୀକ୍ଷାଗାର ସଂଖ୍ୟା ୨୪୩କୁ ବୃଦ୍ଧି କରାଯାଇଛି (ମୋଟ ୮୮୫)। ଗତ ୨୪ ଘଣ୍ଟା ମଧ୍ୟରେ ୧, ୪୩, ୭୩୭ ନମୁନା ପରୀକ୍ଷା କରାଯାଇଛି ଏବଂ ଏହାକୁ ମିଶାଇ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା ୫୫, ୦୭, ୧୮୨।
ମନ୍ତ୍ରଣାଳୟ କୋଭିଡ-୧୯ ପାଇଁ ଏକ ସଦ୍ୟତମ ଚିକିତ୍ସା ପରିଚାଳନା ନିୟମ ଜାରି କରିଛି ଯାହାhttps://www.mohfw.gov.in/pdf/ClinicalManagementProtocolforCOVID19.pdf ରୁ ପାଇପାରିବେ।
ପ୍ରୋଟୋକଲ ଅନୁସାରେ କୋଭିଡ-୧୯ର ଚିକିତ୍ସା ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣକୁ ଅନୁଧ୍ୟାନ କରି କରାଯିବ। ସଂକ୍ରମଣ, ନିରାକରଣ ଏବଂ ନିୟନ୍ତ୍ରଣ ନେଇ ମଧ୍ୟ ତିନୋଟି ପର୍ଯ୍ୟାୟ କରାଯାଇଛି। ଏହି ମାର୍ଗଦର୍ଶିକାରେ ରୋଗ ନିରୂପଣ ଥେରାପି କେତେକ ନିର୍ଦ୍ଦିଷ୍ଟ ବୟସର ଲୋକଙ୍କୁ ନେଇ କରାଯିବ, ତେବେ ଏହା କରିବା ପୂର୍ବରୁ ଏ ସମ୍ପର୍କରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଯିବା ସହ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଗଲା ପରେ ହିଁ ଏହି ଥେରାପି ଆରମ୍ଭ କରାଯିବ।
କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19@gov.in ଏବଂ ncov2019@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।
କୋଭିଡ-୧୯ ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ।
https://www.mohfw.gov.in/pdf/coronvavirushelplinenumber.pdf