Odiapua.com

କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ନୂତନ ସଂକ୍ରମିତ ମାମଲା ମଧ୍ୟରୁ ୭୫ ପ୍ରତିଶତ ୧୦ଟି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) କ୍ରମାଗତ ଷଷ୍ଠ ଦିନ ପାଇଁ, ନୂତନ ଆରୋଗ୍ୟଙ୍କ ଅପେକ୍ଷା ସୁନିଶ୍ଚିତ ହୋଇଥିବା ନୂତନ ସଂକ୍ରମିତଙ୍କ ମାମଲା ସଂଖ୍ୟା କମ୍ ରହିଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୮୬, ୫୦୮ଟି ନୂଆ ସଂକ୍ରମିତ ମାମଲା ଦେଖାଦେଇଛି। ଏହି ସଂଖ୍ୟାର ୭୫ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି।

ମହାରାଷ୍ଟ୍ର ଏହି ତାଲିକାରେ ଶୀର୍ଷରେ ରହିଛି। କେବଳ ୨୧, ୦୦୦ରୁ ଅଧିକ ଏହି ରାଜ୍ୟରୁ ଦେଖା ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ଯଥାକ୍ରମେ ୭, ୦୦୦ ଏବଂ ୬, ୦୦୦ରୁ ଅଧିକ ମାମଲା ଥିବା ଜଣାପଡିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧, ୧୨୯ ମୃତ୍ୟୁ ପଞ୍ଜିକୃତ ହୋଇଛି।

କୋଭିଡ କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ମୃତ୍ୟୁ ସଂଖ୍ୟାର ୮୩ ପ୍ରତିଶତ କେବଳ ୧୦ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି।

ଏହି ହିସାବରେ ମହାରାଷ୍ଟ୍ରରୁ ୪୭୯ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଯଥାକ୍ରମେ ୮୭ ଏବଂ ୬୪ ଜଣଙ୍କ ମୃତ୍ୟୁ ଘଟିଛି।

ଭାରତ ଏହାର ପରୀକ୍ଷଣ ଭିତ୍ତିଭୂମିକୁ ସମଗ୍ର ଦେଶରେ ବୃଦ୍ଧି କରିଛି। ଆଜିସୁଦ୍ଧା ଦେଶରେ ମୋଟ ୧୮୧୦ଟି ପରୀକ୍ଷାଗାର ମଧ୍ୟରୁ ୧୦୮୨ଟି ସରକାରୀ ଏବଂ ୭୨୮ଟି ଘରୋଇ ପରୀକ୍ଷାଗାର ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୫୬, ୫୬୯ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିସହିତ ଦେଶରେ ମୋଟ ପରୀକ୍ଷଣ ସଂଖ୍ୟା ୬.୭୪ କୋଟିକୁ ଅତିକ୍ରମ କରିଛି।