Odiapua.com

ଉପବାସରେ ମହାପ୍ରଭୁ…

ପୁରୀ ୨୧-୪ (ଓଡ଼ିଆ ପୁଅ/ଦେବପ୍ରସାଦ ମିଶ୍ର) ଜଗ ମୋହନରୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ଶ୍ରୀ ମନ୍ଦିର ମଧ୍ୟରେ ଅସଂଖ୍ୟ ଭକ୍ତଙ୍କ ସମାବେଶ ହୋଇଥିଲା। ଏଥିରେ ରାଜ୍ୟ ତଥା ଦେଶ ମଧ୍ୟରୁ ଅନେକ ଭକ୍ତ ଦର୍ଶନ ପାଇଁ ଆସିଥିଲେ, ଭଲରେ ଭଲରେ ସମସ୍ତେ ଦର୍ଶନ କରିଥିଲେ ମଧ୍ୟ ଦର୍ଶନ ପରେ ମହାପ୍ରସାଦ ପାଇବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ ଫଳରେ ମନ୍ଦିର ଭିତରେ ଓ ବାହାରେ ଏକ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାପ୍ରସାଦ ପାଇଁ ଅପେକ୍ଷା କରିଥିବା ଭକ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରୁ ଲୋକଙ୍କ ମନରେ ଉତ୍କଣ୍ଠା ସାଙ୍ଗକୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସଂପର୍କରେ ନାନା ପ୍ରକାର ଆଲୋଚନା ଚାଲିଥିଲା। ମହାପ୍ରସାଦ ପାଇବା ପାଇଁ କାହିଁ କି ବିଳମ୍ବ ହେଉଛି ଏହାର କାରଣ ଜାଣିବା ପାଇଁ ବା କହିବାକୁ କେହି ନ ଥିଲେ, ଜଣେ ଭକ୍ତ ଜଣେ ସେବାୟତଙ୍କୁ ଏ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ସେ କହିଲେ ଯାଅ ମନ୍ଦିର ଫାଣ୍ଡିରୁ ବୁଝିବ ! ସେଠୁ ଉତ୍ତର ମିଳିଲା ଯାଅ ମନ୍ଦିର ପରିଚାଳନା ଅଫିସରୁ ବୁଝିବ ସେଠୁ ବୁଝି ନ ପାରିଲେ ଗଜପତି ମହାରାଜଙ୍କ ଉଆସରୁ ବୁଝିବ, ଲୋକ ସଂପର୍କ ଅଧୀକାରୀଙ୍କ ସଂପର୍କରେ ପଚାରିବାରୁ ଉତ୍ତର ମିଳିଲା ତାଙ୍କ ଅଫିସ ମନ୍ଦିର ବାହାରେ ଜଣେ ଅବସର ପ୍ରାପ୍ତ ବୟସ୍କ ପ୍ରଶାସନିକ ଅଧିକାରୀ ସାଥିରେ ସହଧର୍ମିଣୀଙ୍କୁ ସାଥିରେ ଧରି ବୁଲି ବୁଲି ମନ୍ଦିରରେ ମନ୍ଦିର ପ୍ରଶାଶନ ନୀତି ପରିଚାଳନା ଅଫିସରଙ୍କୁ ଖୋଜିବାରେ ଉତ୍ତର ମିଳିଲା ସେମାନେ ବଡ ବାବୁ ମନ୍ଦିର ଭିତରେ ତାଙ୍କର ଦେଖା ମିଳେନା ତାଙ୍କ ଅଫିସ ମନ୍ଦିର ବାହାରେ ଦୀର୍ଘ ସମୟ ପରେ ଲୋକେ ଧୈର୍ଯ୍ୟ ହରାଇ ମନ୍ଦିର ସେବାୟତଙ୍କୁ ଗାଳି ଗୁଲଜ ଅର୍ଥାତ ଖରାପ ଭାଷାରେ ନୁହେଁ, ତାଙ୍କୁ ସମାଲୋଚନା କରିବାକୁ ଆରମ୍ଭ କଲେ କିଏ କହିଲେ ପୁରୀ ମନ୍ଦିର ସେବାୟତଙ୍କ ପାଇଁ ଆଜି ମନ୍ଦିର ନିନ୍ଦିତ, ଏମାନେ ଲୋଭୀ ଏମାନେ ଦକ୍ଷିଣା ସର୍ବସ୍ୱ। ନବ କଳେବର ପରେ ବ୍ରହ୍ମ ପରିବର୍ତ୍ତନ ପରେ ଏଠି ଆଉ ଜଗନ୍ନାଥେ ନାହାନ୍ତି, ଖାଲି ମନ୍ଦିର ଠିଆ ହୋଇଛି। ଦେବା ଦେବୀ ଅଛନ୍ତି ଠିକ ରୂପେ ତାଙ୍କର ନୀତି, କ୍ରାନ୍ତି ଭୋଗ ରାଗ ହେଉନାହିଁ ! ଏଠି ବି ମନ୍ଦିରରେ ରାଜନୀତି।ସବୁଠାରୁ ପୁରୁଣା ମନ୍ଦିର ଏଠି ଜଗତ୍ନାଥଙ୍କର ଆସ୍ଥାନ, ଏଠି ବି ସେହି ଗଣତନ୍ତ୍ର ମନ୍ଦିରରେ ମହାପ୍ରଭୁ ଦେବା ଦେବୀଙ୍କୁ ଛାଡିଦେଲେ ବାକି ସମସ୍ତେ ବିଭିନ୍ନ ରାଜନୈତିକ ଦଳର ସଭ୍ୟ ଓ କର୍ମକର୍ତ୍ତା।ଜଣେ ବାଡଗ୍ରାହୀ ସେ ଠାକୁରଙ୍କ ସେବା କଣ କରିବେ ସେ ଶାସକ ଦଳର ଗୋଟିଏ କରପୋରେସନ ର ଅଧିକାରୀ। ସ୍ଥାନୀୟ ଲୋକ ପ୍ରତିନିଧି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଜଣେ ମନ୍ତ୍ରୀ ଏଠି ସବୁ ଥାଇ କିଛି ନାହିଁ ! ଏଠି ମହାପ୍ରଭୁଙ୍କ ପୂଜାନୀତି କ୍ରାନ୍ତି କମ, ରାଜନୀତି ବେଶୀ। ସବୁ ବେଳେ ମହାପ୍ରଭୁ ଓ ତାଙ୍କ ମନ୍ଦିରକୁ ନେଇ ସମସ୍ୟା। ବୈଦିକ ଯୁଗରୁ ଏ ମନ୍ଦିରର ଅନ୍ୟତମ ମୁଖ୍ୟ ପୁରୀ ଗୋବର୍ଦ୍ଧନ ପୀଠର ମହାମାନ୍ୟ ଶ୍ରୀମଦ ଶଙ୍କରାଚାର୍ଯ୍ୟ ଏବଂ ଆଦ୍ୟ ସେବକ ଗଜପତି ମହାରାଜ ଓ ମନ୍ଦିର ମୁକ୍ତି ମଣ୍ଡପ ସଭାଥିଲେ ମଧ୍ୟ ସମସ୍ୟା ସୁଧାରିବାକୁ ଏମାନଙ୍କ ପରାମର୍ଶ କି ସହଯୋଗ ଲୋଡାଯାଏ ନାହିଁ, ଅତୀତରେ ଶ୍ରୀମନ୍ଦିର ସମସ୍ତ ନୀତି, କ୍ରାନ୍ତି ଓ ଦୈନାନ୍ଦିନ କାର୍ଯ୍ୟ ନୀତିକୁ ବୁଝିବା ପାଇଁ ଜଣେ ଏ.ଡିଏମପାହ୍ୟାର ଅଫିସର ଥିଲେ ମଧ୍ୟ ସରକାର ଏହାକୁ ଆହୁରି ସହଜ ଓ ସଳଖ ମାର୍ଗରେ ପରିଚାଳନା ପାଇଁ ଉଚ୍ଚ ପଦସ୍ଥ ଅଫିସରଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସେଥିରେ ଶୃଙ୍ଖଳା ଅଣାଯାଇ ପାରୁନାହିଁ, କାରଣ ଏମାନେ ସବୁବେଳେ ମନ୍ଦିର ପରିସରରେ ରହୁନାହାନ୍ତି। ୧୬ ତାରିଖରୁ ି ୪ ଦିନ ଭୋଗ ମଣ୍ଡପକୁ ରୋଷେଇଶାଳରୁ ଭୋଗ ଆସୁନାହିଁ, କେତକ ଭକ୍ତ ସ୍ଥାନୀୟ ଲୋକଙ୍କ କଥାରୁ ଜଣା ପଡିଲା ବର୍ତ୍ତମାନର ଜିଲ୍ଲାପାଳ ନବ କଳେବର ବେଳେ ରଥ ଉପରକୁ ଚଢିବାକୁ ନେଇ ଯେଉଁ ବିବାଦ ହୋଇଥିଲା ସେଥିରେ ସଂପୃକ୍ତ ସୁଆର ଓ ଅନ୍ୟମାନେ ଯାହାଙ୍କ ନାମରେ ଏତଲା ହୋଇଥିଲା ସେମାନେ ଯେମିତି ହଇରାଣ ହୋଇଥିଲେ ସେହି ପୁରୁଣା ରାଗକୁ ଆଜି ପ୍ରଶାସନ ଉପରେ ରାଗ ସୁଝାଉଛନ୍ତି। ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ପରଷ୍ପରଙ୍କ ଯିଦ ଯୋଗୁଁ ମହାପ୍ରଭୁ ନିଜେ ଓ ତାଙ୍କ ଅଗଣିତ ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ଏ କଥା ସାରା ଦେଶଯାକ ଆଲୋଚନା। ଏଥିରେ କାହାରି କ୍ଷତି ହେଉନଥିଲା ବେଳେ ଓଡିଶାର ନାମ ବଦନାମ ଓ ଶ୍ରୀମନ୍ଦିର ର ବଦନାମ। ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଯେ, ବର୍ତ୍ତମାନ ସମୟରେ ସାଧାରଣଙ୍କ ମଧ୍ୟରେ ନ୍ୟାୟ ପାଳିକାଙ୍କ ଉପରେ ସମସ୍ତଙ୍କର ଗଭୀର ବିଶ୍ୱାସ ରହିଛି, ନ୍ୟାୟ ପାଳିକା ଯେଉଁ ନିଷ୍ପତି ନେଇଛନ୍ତି, ତାର ସାମାନ୍ୟ ସଂଶୋଧନ ପାଇଁ ପ୍ରଶାସନ ପକ୍ଷରୁ ସତ୍ୟପାଠ ଜରିଆରେ ଜଣାଇଲାପରେ ଏ ପ୍ରକାର ଅଚଳାବସ୍ଥା ସବୁଦିନ ରହିବ ନାହିଁ, ତେବେ ଶ୍ରୀମନ୍ଦିରରେ ଯେତେବେଳେ ଏପରି ସବୁ ପରିସ୍ଥିତି ଉପୁଜୁଛି ସେତବେଳେ ପ୍ରଶାସକମାନେ ମାନନୀୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ଅବଗତ କରାଇ ତୁରନ୍ତ ତାର ସମାଧାନ କରୁନାହାନ୍ତି କାହିଁ କି ? ଆଗକୁ ସ୍ନାନପୂର୍ଣ୍ଣିମା, ରଥଯାତ୍ରା, ଚନ୍ଦନ ଯାତ୍ରା ପ୍ରଭୁତି ରହିଛି। ନ୍ୟାୟପାଳିକା ଏ ବିଷୟରେ ଧ୍ୟାନ ଦେବା ଆବଶ୍ୟକ। ଆଉ ଗୋଟିଏ କଥା, ଏ ମନ୍ଦିର ଭକ୍ତ, ସେବକ, ମହାପ୍ରଭୁ ଓ ପରିଚାଳନା ତଥା ସରକାରଙ୍କୁନେଇ ଗଠିତ ଯେଉଁମାନେ ପରିଚାଳନାରେ ରହିଲେ ସେମାନେ ଓ ସେବାୟତ ଉଭୟ ନିଜର ଯିଦଖୋର ମନୋଭାବ ଅହଂକାରକୁ ଛାଡନ୍ତୁ, ବିଶେଷ ପରିସ୍ଥିତି ଉପୁଜିଲେ ଶଙ୍କରଚାର୍ଯ୍ୟ ମହୋଦୟ ଓ ଗଜପତି ମହାରାଜଙ୍କ ପରାମର୍ଶ ନିଅନ୍ତୁ, ସ୍ଥାନୀୟ କେତକ ନେତା ଓ କେତକ ପ୍ରଭାବଶାଳୀଙ୍କ କଥାରେ ମନ୍ଦିର ସଂସ୍କାର କମିଶନଙ୍କ କାର୍ଯ୍ୟକାଳକୁ ବଢାଗଲା ନାହିଁ। ଏଥିରେ ଗଭୀର ରାଜନୀତି ଅଛି ବୋଲି ଚର୍ଚ୍ଚା, ତେବେ ଦାସ କମିଶନଙ୍କ ସୁପାରିଶ ଉପରେ ଗୁରୁତ୍ୱ ଦେବାକୁ ବେଶୀ ଆଲୋଚନା। ତେବେ ଏହି ଘଟଣାକୁ ନେଇ ମହାମାନ୍ୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯାଇ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ସାଧାରଣରେ ଦାବି ହେଉଛି।