Odiapua.com

ଭାରତର ପୂର୍ବତନ କ୍ରିକେଟର ଚେତନ ଚୌହାନ କରୋନା ଆକ୍ରାନ୍ତ

ନୂଆ ଦିଲ୍ଲୀ ୧୧-୭ (ଓଡ଼ିଆ ପୁଅ) ଭାରତର ପୂର୍ବତନ କ୍ରିକେଟର ଚେତନ ଚୌହାନ କରୋନା ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ଦିନ ତାଙ୍କର କୋଭିଡ -୧୯ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଛି।

ଚୌହାନଙ୍କୁ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ଚୌହାନ ହେଉଛନ୍ତି ଦ୍ୱିତୀୟ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଯିଏକି ସହିଦ ଆଫ୍ରିଦିଙ୍କ ପରେ ଏହି ଭୂତାଣୁ ସଂକ୍ରମିତ ହୋଇଛନ୍ତି।