Odiapua.com

ଚଳନ୍ତା ବାଇକରେ ଲାଗିଗଲା ନିଆଁ: ୪ କିଲୋମିଟର ପିଛା କରି ପୋଲିସ ବଞ୍ଚାଇଲା ଛୁଆ ଏବଂ ଦମ୍ପତିଙ୍କ ଜୀବନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଇଟାବା ସହର ପାଖ ହାଇୱେରେ ଏକ ଚଳନ୍ତା ବାଇକରେ ଲାଗି ଯାଇଥିବା ନିଆଁ ବାବଦରେ ଅବଗତ ନ’ଥିବା ଦମ୍ପତିଙ୍କୁ ୪ କିଲୋମିଟର ପିଛା କରି ପୋଲିସ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି।ସୂଚନା ମୁତାବକ ପୋଲିସ ଗାଡ଼ି ଯାଉଥିବା ସମୟରେ ଏକ ବାଇକ୍ ଦ୍ରୁତ ଗତିରେ ପୋଲିସ ଗାଡ଼ିକୁ ଅତିକ୍ରମ କରି ଆଗକୁ ଚାଲିଗଲା।ସେତେବେଳକୁ ବାଇକରେ ନିଆଁ ଲାଗିଯାଇଥାଏ।ଏବଂ ନିଆଁ ଲାଗିଥିବା ନେଇ ବାଇକରେ ଥିବା ଦମ୍ପତି ଏବଂ ତାଙ୍କ ଛୁଆ ଅବଗତ ନ’ଥିଲେ।ପୋଲିସ ପ୍ରାୟ ୪ କିଲୋମିଟର ସେମାନଙ୍କୁ ଫଲୋ କରି ବାଇକ୍ ଅଟକାଇବା ସହ ସେମାନଙ୍କୁ ଗାଡ଼ି ଓଲ୍ହାଇବା ପରେ ନିଆଁ ଲିଭାଇଥିଲା।ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।//ଦେବଦତ୍ତ

 

 

କ୍ୟାରୀବ୍ୟାଗ ପାଇଁ ୩ ଟଙ୍କା ମାଗିବାରୁ ବାଟା ଉପରେ ୯,୦୦୦ ଟଙ୍କା ଜୋରିମାନା!