Odiapua.com

ପେଟ୍ରୋଲ ଓ ଡିଜେଲ ଅହେତୁକ ମୂଲ୍ୟ ବୃଦ୍ଧି ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର ୧୯-୬ (ଓଡ଼ିଆ ପୁଅ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁଥିଲେ ଡିଜେଲ ଓ ପେଟ୍ରୋଲ ଦର ଯେଉଁ ସରକାର ବଢ଼ାଉଛନ୍ତି ସେମାନେ ହେଉଛନ୍ତି ଦେଶଦ୍ରୋହୀ। ସେତେବେଳେ ବ୍ୟାରେଲ ପିଛା ୧୦୭ ଟଙ୍କାରୁ ଉର୍ଦ୍ଧ ଥିଲା ବର୍ତମାନ ବ୍ୟାରେଲ ପିଛା ୩୦ ଟଙ୍କା କମ ଦର ତାହା ସତ୍ୱେ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବଢ଼ି ବଢ଼ି ଯାଉଛି ପ୍ରତି ଲିଟର ପିଛା ପ୍ରାୟ ଓଭୟ ରାଜ୍ୟ ସରକାର ଓ କେନ୍ଦ୍ରସରକାର ମିଶିକି ୬୦ ଟଙ୍କାରୁ ଉର୍ଦ୍ଧ କମଉଛନ୍ତି। ଆଜି ଏ କରୋନା ନାରେ ଏ ଦେଶକୁ ଓ ସାଧାରଣ ଲୋକଙ୍କୁ ଶୋଷଣ କରିବାରେ ଲାଗିଛନ୍ତି।କରୋନା ସମୟରେ ସାଧାରଣ ଲୋକଙ୍କୁ କିପରି ଅସୁବିଧାରେ ପକାଇବା ଲୋକମାନେ ଦେଶଦ୍ରୋହୀ ନା ଯେଉଁମାନେ ଶସ୍ତାରେ ପେଟ୍ରୋଲ ଡିଜେଲ ଦେଉଥିଲେ ସେମାନେ ଦେଶଦ୍ରୋହୀ ବୋଲି ଆଜି ଏକ ପ୍ରେସବାର୍ତ୍ତା ମାଧ୍ୟମରେ ପିସିସି ସଭାପତି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।