Odiapua.com

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ମା’ ବିମଲା ପ୍ରସାଦଙ୍କ ବିୟୋଗ: ଜେପି ଆନ୍ଦୋଳନରେ ଥିଲେ ସାମିଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ମାତା ବିମଲା ପ୍ରସାଦ ଆଉ ନାହାଁନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ବିମଲା ପ୍ରସାଦ ଧାର୍ମିକ ଚିନ୍ତାଧାରା ଏବଂ ବିଶ୍ୱାସରେ ସମୃଦ୍ଧ ଥିଲେ। ପ୍ରାରମ୍ଭ ଦିନରୁ ସେ ବିଜେପି ଦଳ ସହିତ ଜଡ଼ିତ ତଥା ଦଳକୁ ସହଯୋଗ କରିଥିଲେ। ବିହାରର ଐତିହାସିକ ଜେପି ଆନ୍ଦୋଳନରେ ମଧ୍ୟ ବିମଲା ପ୍ରସାଦ ଭାଗ ନେଇଥିଲେ। ପାଟନାରେ ରହୁଥିବା ସମୟରେ ବିମଲା ପ୍ରସାଦ ଅଟଳ ବିହାରୀ ବଜପେୟୀଙ୍କ ସମେତ ଦିନୟାଲ ଉପାଧ୍ୟାୟ ଏବଂ ନାନା ଜୀ’ ଦେଶମୁଖଙ୍କ ପରି ମହାନ ନେତାଙ୍କ ସଂସ୍ପର୍ଶରେ ଆସି ପାରିଥିଲେ। ମା’ ମୋର ପ୍ରେରଣା ପାଇଁ ସବୁଠାରୁ ବଡ଼ ଉତ୍ସ ଥିଲେ ଏବଂ ତାଙ୍କ ଆଶୀର୍ବାଦ ମୋ ସଫଳତାର ପୁଞ୍ଜି ବୋଲି କହିବା ସହ ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କହିଛନ୍ତି ରବି ଶଙ୍କର ପ୍ରସାଦ।
-@Dr