Odiapua.com

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍, ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୪-୮ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ତାଙ୍କର କିଛି କର୍ମଚାରୀଙ୍କ କୋଭିଡ -୧୯ ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ସେ ନିଜକୁ କ୍ୟାରେଣ୍ଟିନ୍ କରିଥିଲେ। ବୁଧବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ବୈଠକରେ ଯୋଗ ଦେଇନଥିଲେ।

ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର କରୋନା ପଜିଟିଭ୍ ଆସିବା ପରେ ସେ ମଧ୍ୟ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତିଯେ, “COVID19 ର ଲକ୍ଷଣ ଦେଖିବା ପରେ, ମୁଁ ଟେଷ୍ଟ କରାଇଥିଲି, ମୋର ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି।”