Odiapua.com

ରଜ ପାଳିଲେ, ପିଠା ଖାଇଲେ, ଦୋଳି ଖେଳିଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ..

ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଚାଲିଥିବା “ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବ”ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଉଦ୍ଦେଶ୍ୟରେ ଅନୁପ୍ରିୟା ଓଡ଼ିଶା ଆସିଛନ୍ତି। ଦଳୀୟ କାର୍ଯ୍ୟକ୍ରମ ମଧ୍ୟରେ ଅନୁପ୍ରିୟା ପୁରୀ ଯାଇ ଠାକୂର ଦର୍ଶନ କରିବା ସହ ପୁରୀ ବେଳାଭୂମି ବୁଲିଛନ୍ତି।ଏହା ସହ ଅନୁପ୍ରିୟା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ, ଓଡ଼ିଶାର ଗଣପର୍ବ ରଜ ପାଳିବା ସହିତ ପୋଡ଼ ପିଠା ଖାଇଲେ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବିଜେପି ନେତ୍ରୀ ମାନଙ୍କ ସହିତ ମିଶି “ରଜ ଦୋଳି” ଖେଳିଛନ୍ତି।
/-Dr