Odiapua.com

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କଲେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ

ନୂଆଦିଲ୍ଲୀ ୬-୮ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ।

ମୋଦୀ ସରକାର, ସୋମବାରଦିନ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ରାଜ୍ୟସଭାରେ ପାରିତ କରାଇ ଇତିହାସ ରଚିଛନ୍ତି। ଏବେ ମଙ୍ଗଳବାରଦିନ ସରକାର ଏହାକୁ ଲୋକସଭାରେ ଆଗତ କରିଛନ୍ତି। ଲୋକସଭାର ନମ୍ବରକୁ ଦେଖି ଏମିତି ମାନା ଯାଉଛିଯେ, ଲୋକସଭାରେ ମଧ୍ୟ ଏହି ବିଲ ସହଜରେ ପାରିତ ହୋଇଯିବ। ଲୋକସଭାରେ ମଙ୍ଗଳବାରଦିନ ସରକାରଙ୍କ ତରଫରୁ ଜାମ୍ମୁ-କାଶ୍ମୀର ସମ୍ବନ୍ଧିତ ସଂକଳ୍ପ ଏବଂ ବିଧେୟକ ଅଣାଯିବାକୁ ନଜରରେ ରଖି କଂଗ୍ରେସ ସଦନର ସମସ୍ତ ସଦସ୍ୟଙ୍କୁ ହ୍ୱିପ ଜାରୀ କରି ଉପସ୍ଥିତ ରହିବାକୁ କହିଛି।

ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ର ଅଧିକାଂଶ ପ୍ରାବଧାନ ସମାପ୍ତ କରିବା, ଜାମ୍ମୁ କାଶ୍ମୀରକୁ ବିଧାନସଭା ସହ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲାଦ୍ଦାଖକୁ ବିନା ବିଧାନସଭାରେ କେନ୍ଦ୍ର ଶାସିତ ଅଞ୍ଚଳ ବନାଇବା ପାଇଁ ସମ୍ବନ୍ଧୀତ ସରକାର ଦୁଇଟି ସାହସିକ ଏବଂ ଜଟିଳ ଭରା ସଂକଳ୍ପ ଏବଂ ଦୁଇ ସମ୍ବନ୍ଧିତ ବିଧେୟକକୁ ସୋମବାର ଦିନ ରାଜ୍ୟସଭାର ମଞ୍ଜୁରୀ ମିଳିଛି। ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକକୁ ପାରିତ କରିବା ପାଇଁ ଉଚ୍ଚ ସଦନରେ ହୋଇଥିବା ମତ ବିଭାଜନ ସମ୍ବନ୍ଧିତ ପ୍ରସ୍ତାବରେ ୬୧ଟି ବିରୁଦ୍ଧରେ ଥିବା ବେଳେ ୧୨୫ ମତ ସପକ୍ଷରେ ମିଳିଥିଲା।